Only for Entertainment

ଅନଡ୍ୟୁଟି ପିସିଆର ଭ୍ୟାନରେ ଗୀତ ଲଗାଇ ନାଚିଲେ ପୋଲିସବାବୁ । ଦେଖନ୍ତୁ ଭିଡିଓ

kanaknews
0 38

ସୋସିଆଲ୍ ମିଡିଆରେ ୟୁପି ପୋଲିସ୍ ର ଦୁଇଜଣ ଅଧିକାରୀଙ୍କ ଅଣ୍ଟାଭଙ୍ଗା ନାଚ ଏବେ ଖୁବ୍ ଭାଇରାଲ୍ ହେଉଛି । ପିସିଆର୍ ଭ୍ୟାନରେ ଗୀତ ଲଗାଇ କିଛି ଯୁବକଙ୍କ ସହ ତାଳରେ ତାଳ ପକାଇ ଖୁବ୍ ଝୁମୁଛନ୍ତି ଏହି ଦୁଇ ପୋଲିସବାବୁ । ଘଟଣାଟି ହେଉଛି ଉତ୍ତରପ୍ରଦେଶର ଓରେୟା ଜିଲ୍ଲାର ।

 

ଭିଡିଓରେ ଦୁଇଜଣ ପୋଲିସକର୍ମୀ ଭ୍ୟାନରେ ଗୀତ ଲଗାଇ ଅନଡ୍ୟୁଟି ନାଚୁଥିବାର ନଜର ଆସିଥିଲେ । ତେବେ ଭିଡିଓ ଭାଇରାଲ୍ ହେବାରୁ ଏହି ମାମଲାରେ ଉତ୍ତରପ୍ରଦେଶ ପୋଲିସ୍ ଜାଞ୍ଚ୍ ର ଆଦେଶ ଦେଇଛନ୍ତି । ଭିଡିଓରେ ଜଣେ ପୋଲିସକର୍ମୀଙ୍କ ଅଣ୍ଟାରେ ବିନା କଭରରେ ପିସ୍ତଲ ଲଗାଯାଇଥିବାର ଦେଖାଯାଇଛି । କିଛି ଲୋକ ସାଧା ପୋଷାକରେ ମଧ୍ୟ ନଜର ଆସିଛନ୍ତି । ଡ୍ୟାନ୍ସ କରିବା ସମୟରେ ଜଣେ ପୋଲିସକର୍ମୀଙ୍କ ପୋଷାକ ଅସ୍ତବ୍ୟସ୍ତ ହେଉଥିବାର ମଧ୍ୟ ଦେଖାଦେଇଛି । ସମ୍ପୁର୍ଣ୍ଣ ମାମଲାରେ ଏନବିଟି ଅନଲାଇନ୍ ତରଫରୁ ଏସପି ଓରେୟାଙ୍କ ସହ କଥାବାର୍ତ୍ତା କରାଯାଇଛି । ଏନେଇ ସେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା କଥା କହିଛନ୍ତି ।

ତେବେ ଆପଣଙ୍କୁ ଏଠାରେ କହିରଖୁଛୁ ଅନଡ୍ୟୁଟି ଖାକିପୋଷାକ ପିନ୍ଧି କିଛି ପୋଲିସକର୍ମୀ ପୂର୍ବରୁ ମଧ୍ୟ ପୋଲିସ୍ ବିଭାଗର ଅସମ୍ମାନ କରିଛନ୍ତି । ପୂର୍ବରୁ ଲକ୍ଷେ୍ନøରେ ଦୁଇଜଣ ଟ୍ରାଫିକ୍ ହୋମଗାର୍ଡ ଏବଂ ଜଣେ ପିଆରଡି ଯବାନ ଗୋଟିଏ ବାଇକରେ ବିନା ହେଲମେଟରେ ଯାତ୍ରା କରୁଥିଲେ । ଏହି ସମୟରେ ତାଙ୍କର ଭିଡିଓ ଜଣେ ସାଧାରଣ ବ୍ୟକ୍ତି ଉତ୍ତୋଳନ କରିବାକୁ ଲାଗିଥିଲେ । ଭିଡିଓ କରିବା ସମୟରେ ଉକ୍ତ ପୋଲିସ କର୍ମଚାରୀ ଜଣକ ବ୍ୟକ୍ତିଙ୍କୁ ଗାଳି କରିବାକୁ ଲାଗିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More