Only for Entertainment

ସନ୍ତାନ ପ୍ରସବ ପରେ କେଶ ଝଡୁଛି କି ? ଚିନ୍ତା କରନ୍ତୁ ନାହିଁ

Scary Mommy
18

ସନ୍ତାନ ପ୍ରସବ ପରେ ମହିଳାଙ୍କର ଚୁଟି ଝଡିବା ଏକ ସାଧାରଣ ସମସ୍ୟା । ଅନେକ ମହିଳା ଏନେଇ ବଡ଼ ଚିନ୍ତରେ ଥାଆନ୍ତି । ତେବେ ଡାକ୍ତରଙ୍କ କହିବା ଅନୁସାରେ ଏହି ସମୟରେ ଅର୍ଥାତ୍‍ ସନ୍ତାନ ପ୍ରସବର କିଛିମାସ ପର୍ଯ୍ୟନ୍ତ ଚୁଟି ଝଡିବା ଏକ ସାଧାରଣ ବିଷୟ ।

ଗର୍ଭବସ୍ଥା ପରେ ଚୁଟି ଝଡିବାକୁ ନେଇ ଆଦୌ ଚିନ୍ତିତ ହେବା ଦରକାର ନାହିଁ ବୋଲି ଡାକ୍ତରମାନେ ପରାମର୍ଶ ଦିଅନ୍ତି । ସେମାନଙ୍କ କହିବା ଅନୁସାରେ ଆମ ଚୁଟିର ୮୫% ବଢେ ଏବଂ ବାକି ୧୫% ଆରାମ ଅବସ୍ଥାରେ ରହିଥାଏ । ଏହି ୧୫% ଚୁଟି ସାଧାରଣତଃ ମୁଣ୍ଡ କୁଣ୍ଡାଇବା ସମୟରେ କିମ୍ବା ଚୁଟି ଧୋଇବା ସମୟରେ ଝଡିଯାଇଥାଏ । ଏହାକୁ ସେଡିଂ ପିରିୟଡ କୁହାଯାଏ । ଯାହାଦ୍ୱାରା ନୂଆ ଚୁଟି ବଢିବାକୁ ସୁଯୋଗ ମିଳିଥାଏ ।

ଗର୍ଭବସ୍ଥା ପରେ ଚୁଟି ଝଡିବା ଆଉ ରହସ୍ୟ ହୋଇନାହିଁ । ଏହାର କାରଣ ହେଉଛି ଏଷ୍ଟ୍ରୋଜନ ସ୍ତର ହ୍ରାସ ପାଇବା । ଏହି ସମୟରେ ଆରାମ ମୁଦ୍ରାକୁ ଚାଲିଯାଇଥାଏ ଅନେକ ଚୁଟି । ପ୍ରସବର ୪ ମାସ ପରେ ଏହା ଝଡିବା ଆରମ୍ଭ ହୋଇଥାଏ । ନୂଆ ମା’ମାନଙ୍କ ପାଇଁ ଏହି ସମୟ ୬ ରୁ ୮ ମାସ ପର୍ଯ୍ୟନ୍ତ ରହିଥାଏ । ଏହାପରେ ପୁଣି ସାମାନ୍ୟ ହୋଇଥାଏ ଚୁଟି । ତେବେ ଯଦି ଚୁଟି ଝଡିବା ଜାରି ରୁହେ ତା’ହେଲେ ଏହା ଅନିମିୟା କିମ୍ବା ପୋଷ୍ଟ ପ୍ରେଗ୍ନେସି ଥାୟରାୟୋଡିଟିସ୍‍ କାରଣରୁ ହୋଇପାରେ । ଏପରି ସ୍ଥିତି ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More