ଶୀତଦିନେ ପ୍ରସ୍ତୁତ କରନ୍ତୁ “ଚିକେନ ନୁଡୁଲସ ସୁପ”
ଶୀତ ଋତୁରେ ସମସ୍ତେ ସୁପ ପିଇବାକୁ ପସନ୍ଦ କରିଥା’ନ୍ତି, କିନ୍ତୁ ଯଦି ଆପଣ ଆମିଷ ପ୍ରିୟ ଏବଂ ଚିକେନ ସହ ସୁପର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଆପଣ ଘରେ ଚିକେନ ନୁଡୁଲ ସୁପ ପ୍ରସ୍ତୁତ କରିପାରିବେ । ଆସନ୍ତୁ ଜାଣିବା ଏହାର ବିଧି :
ଆବସ୍ୟକ ସାମଗ୍ରୀ :
• ପାଣି – ୧ଲିଟର
• ଚିକେନ – ୪୫୦ଗ୍ରାମ
• ଲହୁଣୀ – ୧ ବଡ ଚାମଚ
• ରସୁଣ – ୧ ବଡ ଚାମଚ
• ପିଆଜ – ୯୦ଗ୍ରାମ
• ସବୁଜ ପିଆଜ – ୪୫ ଗ୍ରାମ
• ଗାଜର – ୬୦ଗ୍ରାମ
• ମଟର – ୮୦ଗ୍ରାମ
• ନୁଡୁଲ୍ସୁ – ୧୯୦ଗ୍ରାମ
• ଲୁଣ – ୧ ଛୋଟ ଚାମଚ
• ଶୁଖିଲା ଜୁଆଣୀ ଫୁଲ – ୧/୨ ଛୋଟ ଚାମଚ
• ଗୋଲମରିଚ – ୧/୨ ଛୋଟ ଚାମଚ
ବିଦ୍ଧି :
୧. ଏକ ବଡ ପାତ୍ରରେ ୧ଲିଟର ପାଣି ଏବଂ ୪୫୦ ଗ୍ରାମ ଚିକେନକୁ ପକାଇ ମଧ୍ୟମ ଆଂଚରେ ଚିକେନ ନରମ ହେବା ପର୍ଯ୍ୟନ୍ତ ୨୦ମିନିଟ ଫୁଟାନ୍ତୁ ।
୨. ଚିକେନ ନରମ ହେଲା ପରେ ଏହାକୁ ଏକ ପାତ୍ରକୁ ଆଣି ଏହି ଚିକେନ ମଧ୍ୟରୂ ସମସ୍ତ କଂଟା କାଢି ନିଅନ୍ତୁ ।
୩. ଏହାପରେ ମଧ୍ୟମ ଆଂଚରେ ଏକ କଢେଇରେ ୧ ବଡ ଚାମଚ ଲହୁଣୀ ପକାଇ ଗରମ କରନ୍ତୁ ଏବଂ ୩ମିନିଟ ପର୍ଯ୍ୟନ୍ତୁ ଏହାକୁ ଗୋଳାନ୍ତୁ ।
୪. ବର୍ତ୍ତମାନ ସେଥିରେ ୯୦ଗ୍ରାମ ପିଆଜ ଏବଂ ୪୫ଗ୍ରାମ ସବୁଜ ପିଆଜ ପକାଇ ଭଲ ଭାବେ ଗୋଳାନ୍ତୁ । ଏବେ ଗାଜର ଏବଂ ମଟରକୁ ମଧ୍ୟ ସେଥିରେ ପକାଇ ଭଲଭାବେ ଗୋଳାଇ ୫ ରୁ ୭ମିନିଟ ପର୍ଯ୍ୟନ୍ତ ସିଝିବା ପାଇଁ ଛାଡି ଦିଅନ୍ତୁ ।
୫. ଏବେ ସେଥିରେ ଚିକେନ ଏବଂ ଏଥିରୁ ବାହାରିଥିବା ପାଣିକୁ ପକାଇ ଘୋଡାଇ ୨୫ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ ।
୬. ଏହି ମିଶ୍ରଣରେ ୧୯୦ଗ୍ରାମ ନୁଡୁଲ୍ସ ପକାଇ ୩ ରୁ ୪ ମିନିଟ ପର୍ଯ୍ୟନ୍ତ ସିଝାନ୍ତୁ ।
୭. ବର୍ତମାନ ଏଥିରେ ୧ଛୋଟ ଚାମଚ ଲୁଣ, ୧/୨ ଛୋଟ ଚାମଚ ଜୁଆଣୀ, ଏବଂ ୧/୨ ଗୋଲମରିଚ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ ।
୮. ଏବେ ଆପଣଙ୍କ ଚିକେନ ନୁଡୁଲସ ସୁପ ପ୍ରସ୍ତୁତ ହୋଇଯାଇଛି । ଏହାକୁ ଗରମ ଗରମ ପରଶନ୍ତୁ ।