Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଂଟ ଷ୍ଟାଇଲର ମୁଗଲାଇ ମେଥି ପନିର ।

Dhaba Style
0 83

ପ୍ରତିଦିନ ଘର ଖାଇବା ଖାଇ ବିରକ୍ତ ଲାଗିଥାଏ । ସେଥିପାଇଁ ରେଷ୍ଟୁରାଂଟର ଖାଦ୍ୟ ଖାଇବାକୁ ଇଛା ହୋଇଥାଏ । କିନ୍ତୁ ଘରେ ମଧ୍ୟ ରେଷ୍ଟୁରାଂଟ ଭଳି ଖାଦ୍ୟ ପ୍ରସ୍ତୁତ କରାଯାଇ ପାରିବ । ତେବେ ଚାଲନ୍ତୁ ଜାଣିବା ତାହାର ବିଧି ବିଷୟରେ ।
ଏକ ବ୍ଲେଣ୍ଡରରେ ୧ ଚାମଚ ଅଦା,୧ ଚାମଚ ରସୁଣ,୨ ଚାମଚ କଂଚା ଲଙ୍କା ଓ ଲୁଣ ପକାଇ ଗ୍ରାଇଣ୍ଡିଂ କରନ୍ତୁ ।

ଏବେ କଡ଼ାଇରେ ତେଲ ଗରମ କରି ୧ଟି ଡାଳଚିନି,୪ଟି ଲବଙ୍ଗ,୪ଟି ଗୁଜୁରାତି,୧ଟି ତେଜପତ୍ର,୧୫ଟି ଗୋଲମରିଚ,୧ ଚାମଚ ଧନିଆ,୧ ଚାମଚ ଜୀରା,୧ ଚାମଚ ପାନମଧୁରୀ ଓ ୧/୪ ଚାମଚ ହେଙ୍ଗୁ । ଏହାପରେ ଏଥିରେ ୯୦ ଗ୍ରାମ ପିଆଜ ପକାଇ ଭଲ ଭାବରେ ଭାଜନ୍ତୁ ଓ ପରେ ୨୮ ଗ୍ରାମ କାଜୁ ପକାଇ ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ମିଶ୍ରଣକୁ ବ୍ଲେଣ୍ଡରରେ ପକାଇ ବ୍ଲେଣ୍ଡ କରନ୍ତୁ ।

ଅନ୍ୟ ଏକ କଡ଼ାଇରେ ୨୬୦ ଗ୍ରାମ ପନିରକୁ ଛାଣନ୍ତୁ । ଏହାକୁ ଗରମ ପାଣିରେ ୧୦ ମିନିଟ ପାଇଁ ପକାନ୍ତୁ । ଏହାପରେ କଡ଼ାଇରେ ଅଢେଇ ଚାମଚ ତେଲ ଗରମ କରି ୫୫ ଗ୍ରାମ ପିଆଜ ଓ ଲୁଣ ପକାଇ ଭାଜନ୍ତୁ । ସେଥିରେ ପ୍ରସ୍ତୁତ ପିଆଜର ମିଶ୍ରଣ ଓ ଅନ୍ୟ ମିଶ୍ରଣକୁ ପକାନ୍ତୁ ଓ ୨୦୦ ମିଲି ପାଣି ପକାଇ ୭ରୁ ୮ ମିନିଟ ପର୍ଯ୍ୟନ୍ତ ମିଶାନ୍ତୁ । ପରେ ୧ ଚାମଚ ଲୁଣ ସ ୨୩୦ ଗ୍ରାମ ଦହି ପକାଇ ଫ୍ରାଏ ପନିରକୁ ମିଶାନ୍ତୁ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More