Only for Entertainment

ଚେହେରାର କଳା ଦାଗରୁ ମୁକ୍ତି ଦେବ କଳା ଗୋଲମରିଚ ।

youtube
0 46

ଭାରତୀୟ ମସଲାରେ କଳା ଗୋଲମରିଚର ଏକ ପ୍ରମୁଖ ଭୂମିକା ରହିଛି । ଏହାକୁ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ବ୍ୟବହାର କରାଯାଏ । ଏହାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ । ସୌନ୍ଦର୍ଯ୍ୟ ବଢାଇବାରେ ମଧ୍ୟ ଏହାର ଏକ ପ୍ରମୁଖ ଭୂମିକା ରହିଛି । ଏଥିରେ ପ୍ରସ୍ତୁତ ଫେଶ ପ୍ୟାକ ଚେହୋରାର ଦାଗ ଭଲ କରିବାରେ ସାହାଯ୍ୟ କରିଥାଏ । ଏହାକୁ ସ୍କ୍ରବ ଭଳି ବ୍ୟବହାର କରାଯାଇ ପାରିବ । ଚାଲନ୍ତୁ ଜାଣିବା ଏହାର ବ୍ୟବହାର ।

ଗୋଲମରିଚ ଓ ଦହି ଫେଶପ୍ୟାକ
ବୟସ ବଢିବା ସହିତ ଯେଉଁ ମାନଙ୍କର ଚେହୋରାରେ ଦାଗ ଦେଖାଯାଉଛି ସେମାନେ ଏହାକ ବ୍ୟବହାର କରି ମୁକ୍ତି ପାଇପାରିବେ । ସେଥିପାଇଁ ୨ ଚାମଚ ଦହିରେ ୧/୨ ଚାମଚ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବରେ ମିଶାନ୍ତୁ । ଏହାକୁ ମୁହଁରେ ଲଗାଇବାର କିଛି ସମୟ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।

ଗୋଲମରିଚ ତେଲ ଏବଂ ଲୋଶନ ପ୍ୟାକ
ଯଦି ଆପଣଙ୍କ ରଙ୍ଗ ଅନୁସାରେ ଶରୀରର କୌଣସି ସ୍ଥାନ ଅଧିକ କଳା ଦେଖାଯାଉଛି ତେବେ ଗୋଲମରିଚ ତେଲ ଏବଂ ଲୋଶନ ପ୍ୟାକ ପ୍ରସ୍ତୁତ କରି ବ୍ôୟହାର କରିପାରିବେ । ସେଥିପାଇଁ ୧୦୦ମିଲି ବଡି ଲୋଶନରେ ୨ ବୁନ୍ଧା ଗୋଲମରିଚ ତେଲ ପକାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । କିଛି ସମୟ ଲଗାଇବା ପରେ ଧୋଇ ଦିଅନ୍ତୁ ।

ମହୁ ଓ ଗୋଲମରିଚ ଫେଶପ୍ୟାକ
ଯଦି ବ୍ରଣ ସମସ୍ୟା ଦେଖାଯାଇଛି ତେବେ ୧ ଚାମଚ ମହୁରେ ୧/୨ ଚାମଚ ଗୋଲମରିଚ ଗୁଣ୍ଡ ମିଶାଇ ଚେହେରାରେ ଲଗାନ୍ତୁ ଓ ଅଧ ଘଂଟା ପରେ ଧୋଇ ଦିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More