Only for Entertainment

ପୋଦିନା ପରଟା ପ୍ରସ୍ତୁତି ପ୍ରଣାଳୀ

HungryForever
0 64

ପୋଦିନା ଚଟଣୀ ପ୍ରାୟ ସମସ୍ତଙ୍କୁ ଖାଇବାକୁ ଭଲ ଲାଗିଥାଏ । ପୋଦିନାକୁ ଖଟା ଏବଂ ତରକାରୀରେ ବାବହାର କରାଯାଇଥାଏ । ଏହାର ପରଟା ମଧ୍ୟ ବେଶ ସୁଆଦିଆ । ତେବେ ଆସନ୍ତୁ ଜାଣିବା ପୋଦିନା ପରଟାର ପ୍ରସ୍ତୁତି ପ୍ରଣାଳୀ

ସାମଗ୍ରୀ-
ଅଟା- ୨ କପ
ବେସନ- ଅଧା କପ
ତେଲ- ୩ ରୁ ୪ ଚାମଚ
ପୋଦିନା ପତ୍ର- ୧ କପ (ଛୋଟ ଛୋଟ କଟା)
ଜିରା- ଅଧା ଛୋଟ ଚାମଚ
ଲୁଣ-ସ୍ୱାଦ ଅନୁସାରେ

ପ୍ରଣାଳୀ-
ପୋଦିନା ପତ୍ରକୁ ଭଲ ଭାବେ ଧୋଇ ଦେଇ ଏହାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ବେସନରେ ଅଟା, ଲୁଣ, ପୋଦିନା ପତ୍ର, ଅଳ୍ପ ଜିରା ପକାଇ ଭଲ ଭାବେ ଚକଟି ଦିଅନ୍ତୁ । ଅଟା ଚକଟି ୨୦ ମିନିଟ ପର୍ଯ୍ୟନ୍ତ ଘୋଡାଇ ରଖନ୍ତୁ । ୨୦ ମିନିଟ ପରେ ଛୋଟ ଛୋଟ ଗୋଳା ତିଆରି କରି ପରଟା ବେଲନ୍ତୁ । ଗ୍ୟାସ ଲଗାଇ ତାୱା ଗରମ କରନ୍ତୁ । ତାୱା ତାତି ଯିବା ପରେ ପରଟାକୁ ଶେକନ୍ତୁ । ପରାଟାକୁ ଏପଟ ସେପଟ କରି ଭଲ ଭାବରେ ଶେକି ହୋଇଯିବା ପରେ ଏହାର ଉପରେ ତେଲ ବୁଲାଇ ଆଉ ଥରେ ଶେକି ଏକ ପ୍ଲେଟକୁ କାଢି ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ପୋଦିନା ପରଟା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More