ସହିଦ ମେଜର ବିଭୂତିଙ୍କ ବିବାହ ରିସେପ୍ସନ ଭିଡିଓ ଭାଇରାଲ, ପତ୍ନୀଙ୍କ ସହିତ ଡ୍ୟାନ୍ସ କରି ଥିଲେ ଖୁସି
ଫେବୃଆରୀ ୧୪ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ ଜବାନ ସହିଦ ହେବା ପରେ ୧୮ ଫେବୃଆରୀରେ ଜୈସ-ଏ-ମୋହମ୍ମଦ ସହିତ ହୋଇଥିବା ଏକ ଅନକାଉଣ୍ଟରରେ ଦେଶର ଆଉ ୪ ଜବାନ ସହିଦ ହୋଇଥିଲେ । ଏହି ଏଲକାଉଣ୍ଟରରେ ମେଜର ବିଭୂତି ଢୌଣ୍ଡିଆଲ ମଧ୍ୟ ସହିଦ ହୋଇଥିଲେ । ଡେରାଡୁନରେ ବାସ କରୁଥିବା ବିଭୂତିଙ୍କ ୧୦ ମାସ ପୂର୍ବେ ହିଁ ବିବାହ ହୋଇଥିଲା । ୧୯ ଏପ୍ରିଲରେ ସେ ନିଜର ପ୍ରଥମ ବିବାହ ବାର୍ଷିକ ପାଳନ କରିଥାନ୍ତେ । ମେଜର ବିଭୂତିଙ୍କ ଅନ୍ତିମ ଯାତ୍ରାର ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥରେ ତାଙ୍କ ପତ୍ନୀ ନିକିତା ଯାହା କହିଥିଲେ ତାହା ସମସ୍ତଙ୍କୁ ଭାବୁକ କରିଦେଇଥିଲା । ଏହି ଭିଡିଓରେ ନିକିତା ପତି ବିଭୂତିଙ୍କ ବଳିଦାନକୁ ସଲାମ କରିବା ସହିତ ତାଙ୍କ ସହିତ ବିତାଇଥିବା ସମୟକୁ ମନେ ପକାଇଥିଲେ । ନିକିତାଙ୍କ ଏହି ସାହାସକୁ ଲୋକେ ଖୁବ ଆଦାର କରିଥିଲେ ।
ଏବେ ସହିଦ ମେଜର ବିଭୂତି ଏବଂ ତାଙ୍କ ପତ୍ନୀ ନିକିତାଙ୍କ ବିବାହର ରିସେପ୍ସନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦୁହେଁ ନିଜ ବିବାହରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ସୋସିଆଲ ମିଡିଆ ୟୁଜର ଏହି ଭିଡିଓକୁ ଖୁବ ସେୟାର କରୁଥିବାର ଦେଖିବାକୁ ମିଳିଛି ।
ଦେଖନ୍ତୁ ଭିଡିଓ-