Only for Entertainment

ଫିଲ୍ମ ସମୀକ୍ଷା: ଡର ସହିତ କମେଡି ଏବଂ ସସ୍ପେନ୍ସରେ ଭରପୂର ‘ସ୍ତ୍ରୀ’

Deccan Chronicle
0 34

Rating

7.5
Awesome
  • IMDb 8.4
  • Aajtak 8
  • Timesofindia 6

ଫିଲ୍ମ- ସ୍ତ୍ରୀ
ନିର୍ଦ୍ଦେଶକ- ଅମର କୌଶିକ
ଷ୍ଟାର କାଷ୍ଟ- ରାଜକୁମାର ରାଓ, ଶଦ୍ଧା କପୁର, ଅପାରଶକ୍ତି ଖୁରାନା, ପଙ୍କଜ ତ୍ରିପାଠୀ, ଅଭିଷେକ ବନାର୍ଜୀ
ଅବଧି- ୨ଘଣ୍ଟା ୧୦ ମିନିଟ
ସାର୍ଟିଫିକେଟ- ୟୁ/ଏ

ଫିଲ୍ମ ଫ୍ରାଇଡେ’ରେ ଆଜି ରିଲିଜ ହୋଇଛି ଶ୍ରଦ୍ଧା କପୁର ଏବଂ ରାଜକପମାର ରାଓଙ୍କ ହରର କମେଡି ଫିଲ୍ମ ‘ସ୍ତ୍ରୀ’ । ଏହି ଫିଲ୍ମ ମାଧ୍ୟମରେ ଅମର କୌଶିକ ନିର୍ଦ୍ଦେଶନାରେ ଡେବ୍ୟୁ କରିଛନ୍ତି । ଏହାକ କାହାଣୀ ଲେଖିଛନ୍ତି ଫିଲ୍ମ ମେକର ରାଜ ଏବଂ ଡିକେଙ୍କ ଯୋଡି । ଏବଂ ଏହାକୁ ପ୍ରଡ୍ୟୁସ କରିଛନ୍ତି ଦିନେଶ ବିଜାନ । ରିଲିଜ ହେବା ପୂର୍ବରୁ ଲୋକେ ଫିଲ୍ମର ଟ୍ରେଲରକୁ ଖୁବ ପସନ୍ଦ କରିଥିଲେ । ଆସନ୍ତୁ କରିବା ଫିଲ୍ମର ସମୀକ୍ଷା ।

କାହାଣୀ-
ଫିଲ୍ମର କାହାଣୀ ମଧ୍ୟ ପ୍ରଦେଶର ଚନ୍ଦେରୀ ନାମକ ସ୍ଥାନ ଉପରେ ଆଧାରିତ । ସେଠାରେ ଭିକି (ରାଜକୁମାର ରାଓ) ନିଜର ଦୁଇ ସାଙ୍ଗ ବିଟ୍ଟୁ (ଅପାରଶକ୍ତି ଖୁରାନା) ଏବଂ ଜନା (ଅଭିଷେକ ବନାର୍ଜୀ)ଙ୍କ ସହିତ ରହିଥାଏ । ଭିକିର ଏକ କପଡା ସିଲେଇ ଦେକାନ ରହିଛି । ରୁଦ୍ର (ପଙ୍କଜ ତ୍ରିପାଠୀ)ଙ୍କ ଆସିବା ପରେ କାହାଣୀରେ ଅନେକ ଟ୍ୱିଷ୍ଟ ଆଣ୍ଟ ଟର୍ଣ୍ଣସ ଆସିଥାଏ । ରୁଦ୍ର ଏହି ୩ ସାଙ୍ଗକୁ ଚନ୍ଦେରୀ ପୁରାଣ ଏବଂ ଏହା ପଛର କାହାଣୀ ବିଷୟରେ କହିଥାଏ । ଇତି ମଧ୍ୟରେ ଭିକିକୁ ଶ୍ରଦ୍ଧା କପୁରଙ୍କ ସହିତ ପ୍ରେମ ହୋଇଯାଏ । ଏହାପରେ ଗାଁ ରେ ଅଘଟଣ ଘଟିବାକୁ ଲାଗିଥାଏ । ଏହାପରେ ଲୋକମାନଙ୍କୁ ଜଣାପଡିଥାଏ ସେହି ଗାଁକୁ ସ୍ତ୍ରୀର ଆଗମନ ହେଉଛି ଯେ ପୁରୁଷମାନଙ୍କତୁ ଗାୟବ କରିଦେଉଛି ଏବଂ ରହୁଛି ତ କେବଳ ସେମାନଙ୍କର ପୋଷାକ । ତେବେ କିଏ ଏହି ସ୍ତ୍ରୀ ? ସେ କ’ଣ ପାଇଁ ପୁରୁଷମାନଙ୍କୁ ଗାୟବ କରିଦିଏ ? ଏହା ଦେଖିବା ପାଇଁ ଆପଣଙ୍କୁ ଫିଲ୍ମ ଦେଖିବାକୁ ପଡିବ ।

କ’ଣ ଦେଖିବେ ଫିଲ୍ମରେ-
ଫିଲ୍ମର କାହାଣୀ ସହିତ ସ୍କ୍ରନପ୍ଲେ ମଧ୍ୟ ଖୁବ ଭଲ ହୋଇଛି । ଫିଲ୍ମର ନିର୍ଦ୍ଦେଶନା ଏବଂ ଲୋକେସନ ଖୁବ ବ କମାଲ ହୋଇଛି । ଏହା ଦ୍ୱାରା ଗୋଟିଏ ମୁହୂର୍ତ୍ତରେ ଆପଣ ଡରିବା ସହିତ ଅନ୍ୟ ମୁହୂର୍ତ୍ତରେ ହସିବାକୁ ବାଧ୍ୟ ହେବେ । ଫିଲ୍ମରେ ଜବରଦସ୍ତ ଟ୍ୱିଷ୍ଟ ରହିଛି । ଫିଲ୍ମରେ ପଙ୍କଜ ଚ୍ରିପାଠୀ ଜବରଦସ୍ତ ଅଭିନୟ କରିଛନ୍ତି । ଅନ୍ୟ ପକ୍ଷରେ ରାଜକୁମାର ପୁଣିଥରେ ପ୍ରମାଣ କରିଛନ୍ତି ଯେ ତାଙ୍କୁ କ’ଣ ପାଇଁ ଭଲ ଆକ୍ଟର କୁହାଯାଏ । ହସ ସହିତ ଶ୍ରଦ୍ଧା କପୁର ମଧ୍ୟ ଖୁବ ଭଲ ଆକ୍ଟିଂ କରିଛନ୍ତି ।

ଦୁର୍ବଳ ଭାଗ-
ଫିଲ୍ମ ରିଲିଜ ପୂର୍ବରୁ ଗୀତ ଗୁଡିକ ହିଟ ହୋଇ ପାରିଲା ନାହିଁ । କିନ୍ତୁ ଫିଲ୍ମର କାହାଣୀ ଦମଦାର ରହିଛି । କ୍ଲାଉମ୍ୟାକ୍ସ ଆପଣଙ୍କୁ ପସନ୍ଦ ଆସିନପାରେ ।

ବକ୍ସ ଅଫିସ-
ଫିଲ୍ମର ବଡେଟ ୩୦ କୋଟି ବୋଲି କୁହାଯାଉଛି । ଏହାକୁ ୧୫୦୦ରୁ ଅଧିକ ସ୍କ୍ରିନରେ ରିଲିଜ କରାଯାଇଛି । ଏହି ଫିଲ୍ମ ବକ୍ସ ଅଫିସରେ ଧର୍ମେନ୍ଦ୍ରଙ୍କ ଫିଲ୍ମ ୟମଲା ପଗଲା ଦିୱାନାକୁ ଟକ୍କର ଦେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More