Only for Entertainment

ଏହି ଫିଲ୍ମରେ ଡିଜେ ଚରିତ୍ରରେ ନଜର ଆସିବେ ରଣବୀର ।

23

ରଣବୀର କପୁର ନିଜର ଆଗାମୀ ସିନେମା ‘ବ୍ରହ୍ମାସ୍ତ୍ର’କୁ ନେଇ ଯେଉଁ ଭଳି ଉତ୍ସାହିତ ଅଛନ୍ତି,ଠିକ୍‌ ସେହିଭଳି ତାଙ୍କର ଫ୍ୟାନ୍‌ମାନେ ବି ଉତ୍କଣ୍ଠିତ ଅଛନ୍ତି। ଏହି ଫିଲ୍ମର କାହାଣୀ ଓ ଏଥିରେ ରଣବୀରଙ୍କ ଚରିତ୍ର ବିଷୟରେ ବି ଜାଣିବାକୁ ସେମାନେ ଚାହାଁନ୍ତି।ଏଯାଏଁ ‘ବ୍ରହ୍ମାସ୍ତ୍ର’ର କାହାଣୀ ସଂପର୍କରେ କିଛି ସୁରାକ୍‌ ମିଳି ନାହିଁ। ମାତ୍ର ଏଥରେ ରଣବୀର କପୁର କେଉଁ ଭୂମିକାରେ ନଜର ଆସିବେ,ତାହା ଜଣାପଡ଼ିଛି।

 

ଚର୍ଚ୍ଚା ହେଉଛି ଯେ ଅୟାନ୍‌ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ‘ବ୍ରହ୍ମାସ୍ତ୍ର’ରେ ରଣବୀର କପୁର ଜଣେ ଡ଼ିଜେ ଭୂମିକାରେ ନଜର ଆସିବେ। ଶୁଣିବାକୁ ମିଳୁଛି ଯେ ରଣବୀରଙ୍କ ଚରିତ୍ରଟି ଏଭଳି ଜଣେ ଡ଼ିଜେର, ଯିଏ ନିଜ ପିତାଙ୍କ ଇଛା ବିରୁଦ୍ଧରେ ଯାଇ ଘର ଛାଡ଼ି ଚାଲିଯାଏ। ତା’ପରେ ସେ ନିଜର ସ୍ୱପ୍ନ ପୂରଣ କରିବାକୁ ଅଗ୍ରସର ହୁଏ। ଏଭଳି ସମୟରେ ତା’ ଭିତରେ ସୁପର ପାଓ୍ଵାର୍‌ ଆସିଥାଏ।ମିଳିଥିବା ସୂଚନା ଅନୁଯାୟୀ ‘ବ୍ରହ୍ମାସ୍ତ୍ର’ର ପ୍ରତ୍ୟେକ ଚରିତ୍ରଙ୍କ ପାଖରେ କିଛି ନା କିଛି ସୁପର ପାଓ୍ଵାର ରହିଛି। କୁହାଯାଉଛି ଯେ ରଣବୀରଙ୍କ ପାଖରେ ଏମିତି ଶକ୍ତି ଅଛି, ଯାହା ଫଳରେ ସେ ନିଜ ହାତ ପାପୁଲିରେ ନିଆଁ ସୃଷ୍ଟି କରିପାରନ୍ତି। ଏହି ଫିଲ୍ମରେ ରଣବୀରଙ୍କ ବ୍ୟତୀତ ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ.ମୌନୀ ରୟ, ଡିଂପଲ କାପାଡ଼ିଆ ଓ ନାଗାର୍ଜୁନ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More