Only for Entertainment

ଏଟିଏମ ମେସିନରେ ମୂଷା ! କାଟିଦେଲା ୧୨ ଲକ୍ଷ ଟଙ୍କା । ଦେଖନ୍ତୁ ଭାଇରାଲ ଭିଡିଓ

ndtv
0 38

ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ଏକ ଏଟିଏମ ଥିବା ୧୨ ଲକ୍ଷ ଟଙ୍କାକୁ ମୂଷା ଟାକି ଦେଇଥିବା ଦେଖିବାକୁ ମିଳିଛି । ଖବର ଅନୁସାରେ ଆସାମର ତିନସୁକ୍ରିୟା ଜିଲ୍ଲାରେ ଏହି ଘଟଣାଟି ଘଟିଛି ।

ସୂଚନା ଅନୁସାରେ ଆସାମର ଏହି ଅଂଚଳରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ୨୨ ଦିନରୁ ବନ୍ଦ ପଡିଥିଲା । ଏହାକୁ ଠିକ କରିବା ପାଇଁ ଟେକନିସିଆନ ସେଠାରେ ପହଁଚିଥିଲେ । କିନ୍ତୁ ଏଟିଏମ ମେସିନ ଖୋଲିବା ପରେ ସେମାନେ ଯାହା ଦେଖିଲେ ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ମେସିନରେ ଥିବା ୧୨ ଲକ୍ଷ ଟଙ୍କାକୁ ମୂଷା କାଟି ଟିକ ଟିକ କରିଦଇଥିବା ଦେଖିବାକୁ ମିଳିଛି । ମେସିନରେ ୨ ହଜାର ଏବଂ ୫୦୦ ଟଙ୍କା ନେଟର ଟୁକଡା ତଳେ ପଡିଥିଲା । ଏହି ଖବରକୁ ବ୍ୟାଙ୍କ ଅଧିକାରୀ ମଧ୍ୟ ସ୍ୱିକାର କରିଛନ୍ତି ।

ଖବର ଅନୁସାରେ ଏଟିଏମରେ ୨୯.୪୮ ଲକ୍ଷ ଟଙ୍କା ଥିଲା ସେଥିମଧ୍ୟରୁ ୧୨ ଲକ୍ଷ ୩୮ ହଜାର ଟଙ୍କା ମୂଷା କାଟି ନଷ୍ଟ କରିଦେଇଥିବା ବେଳେ ୧୭ ଲକ୍ଷ ଟଙ୍କା ସୁରକ୍ଷିତ ରହିଛି । ସେହି ଅଂଚଳର ଲୋକାଲ ପତ୍ରକାର ଟୁଇଟ କରି ଏକ ଭିଡିଓ ସେୟାର କରିଥିଲେ । ଭିଡିଓରେ ଟଙ୍କାର ଟୁକଡା ମଧ୍ୟରେ ମଲା ମୂଷା ପଡିଥିବା ଦେଖିବାକୁ ମିଳିଛି । ବ୍ୟାଙ୍କ ତିନସୁକିଆ ପୋଲିସ ନିକଟରେ ଏହି ଘଟଣାର ଜାଂଚ ପାଇଁ ଏଫଆଇଆର ଦାଖଲ କରିଛନ୍ତି । ପୋଲିସ ବର୍ତ୍ତମାନ ଏହି ଘଟଣାର ଜାଂଚରେ ଜୁଟିଯାଇଛନ୍ତି ।

ଏହି ଖବର ଆସିବା ପରେ ଶୁଣିବାକୁ ମିଳିଥିଲା ଏହା ଏଚଡିଏଫସି ବ୍ୟାଙ୍କ ର ଘଟଣା । କିନ୍ତୁ ଏହା ପରେ ବ୍ୟାଙ୍କ ଟୁଇଟ କର ଏହି ଖବର ଫେକ ବୋଲି କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More