Only for Entertainment

ଗବେଷଣାରୁ ସ୍ପଷ୍ଟ : ମୋଟା ପିଲାଙ୍କ ଠାରେ ଆସ୍ଥମା ଆଶଙ୍କା ଅଧିକ

APN Live
31

ଆମେରିକାର ଡ୍ୟୁକ୍‌ ବିଶ୍ବବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ଗବେଷଣାରେ ଆମେରିକାର ୫ ଲକ୍ଷରୁ ଊର୍ଦ୍ଧ୍ବ ପିଲାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରସ୍ତୁତ କରାଯାଇଥିଲା। ଏହି ଗବେଷଣାରୁ ଜଣାପଡ଼ିଛି ଯେ ପାଖାପାଖି ଏକ ଚତୁର୍ଥାଂଶ (୨୩ରୁ ୨୭ ପ୍ରତିଶତ) ପିଲାଙ୍କଠାରେ ଆସ୍ଥମା ପାଇଁ ମୋଟାପଣ ଦାୟୀ। ଉପଯୁକ୍ତ ଓଜନ ହଜାର ହଜାର ପିଲାଙ୍କୁ ଆସ୍ଥମା ଭଳି ରୋଗରୁ ରକ୍ଷା କରିପାରେ ବୋଲି ଏକ ନୂଆ ଗବେଷଣାରୁ ଜଣାପଡ଼ିଛି।

ପେଡିଆଟ୍ରିକ୍ସ ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ମୁତାବକ ୨ରୁ ୧୭ ବର୍ଷ ବୟସର ପିଲାଙ୍କ ଉପଯୁକ୍ତ ଓଜନର ରହିଲେ, ସେମାନଙ୍କ ମଧ୍ୟରୁ ଅତିକମ୍‌ରେ ୧୦ ପ୍ରତିଶତ ପିଲାଙ୍କୁ  ଆସ୍ଥମା ରୋଗ କବଳରୁ ରକ୍ଷା କରାଯାଇପାରିବ। ଡ୍ୟୁକ୍‌ ବିଶ୍ବବିଦ୍ୟାଳୟର ଆସୋସିଏଟ୍‌ ପ୍ରଫେସର ଜେସନ୍‌ ଇ ଲାଙ୍ଗ କହିଛନ୍ତି ଯେ ପିଲାଙ୍କୁ ହେଉଥିବା କ୍ରୋନିକ୍‌ ରୋଗ ମଧ୍ୟରେ ଆସ୍ଥମା ଅନ୍ୟତମ। ପିଲାଦିନେ ଭାଇରାଲ ସଂକ୍ରମଣ ତଥା ଜିନ୍‌ ସମ୍ବନ୍ଧୀୟ ଏମିତି କେତେକ ସମସ୍ୟା ରହିଛି, ଯାହାକୁ ରୋକା ଯାଇପାରିବ ନାହିଁ। ମାତ୍ର ପିଲାଦିନେ ଆସ୍ଥମା ହେବା ପଛରେ ମୋଟାପଣ ଏକମାତ୍ର କାରଣ, ଯାହାକୁ ରୋକାଯାଇପାରିବ। ଏଥିପାଇଁ ପିଲାଙ୍କୁ ଯେ କୌଣସି କାର୍ଯ୍ୟକଳାପରେ ବ୍ୟସ୍ତ ରଖିବା ଓ ଓଜନ ନିୟନ୍ତ୍ରଣ କରିବା ନିହାତି ଦରକାର। ଏହି ଗବେଷଣା ପାଇଁ ଗବେଷକମାନେ ବିଭିନ୍ନ ଶିଶୁ ହସ୍ପିଟାଲରେ ୨୦୦୯ରୁ ୨୦୧୫ ଯାଏ ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରି ଦେଖିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More