Only for Entertainment

ଚାଉଳ ଲଡୁ ପ୍ରସ୍ତୁତି ପ୍ରଣାଳୀ

Ruchik Randhap
0 56

ସାମଗ୍ରୀ : 

୧  କପ  ଚାଉଳଗୁଣ୍ଡ , ଲଡୁ  ଲାଗି   ଘିଅ ,  ଅଳ୍ପ  ଗୁଡ ,  ୩/୪  କପ   ଚିନି ,  ୨ ଚାମଚ   ଗୁଜୁରାତି  ଗୁଣ୍ଡ , ୨ ବଡ  ଚାମଚ  କଟା  ବାଦାମ  ଓ  ପିସ୍ତା , ୧  କପ  କୋରା  ନଡିଆ ,  ଖୁଆ , କେଶର (ସଜାଇବା  ଲାଗି ) ଓ  ୨ /୪  ବୁନ୍ଦା  ଗୋଲାପ  ଜଳ  ।

ପ୍ରଣାଳୀ : 

ଚାଉଳ  ଗୁଣ୍ଡକୁ ଘିଅ  କଡେଇରେ   ପକାଇ  ମଧ୍ୟମ  ଆଞ୍ଚରେ  ଭଲ  ଭାବେ  ଭାଜନ୍ତୁ  ।  ଯେପରି   ଚାଉଳଗୁଣ୍ଡ  ହାଲକା  ସୁନେଲି  ରଙ୍ଗ  ହୋଇଯିବ  ।  ଯଦି   ଚାହାନ୍ତି, ତେବେ  ଅଧିକ  କଡା  କରି  ମଧ୍ୟ  ଭାଜିପାରିବେ  ।  ଏପରି  କଲେ  ସ୍ଵାଦରେ  ସାମାନ୍ୟ  ଅଲଗା   ଆସିବ  । ଚାଉଳ  ଭାଜି  ହେବା  ପରେ  ଏହାକୁ  ସାମାନ୍ୟ କିଛି ସମୟ  ଛାଡି   ଦିଅନ୍ତୁ  ।  ଏବେ  ଭଜା  ଚାଉଳକୁ  ପୁଣିଥରେ  ପେଶି  ଦିଅନ୍ତୁ  । କୋରା  ନଡିଆକୁ  ଅନ୍ୟ  ଏକ  କଡେଇରେ  ଭାଜି  ଏଥିରେ  ଗୁଡ  ମିଶାନ୍ତୁ  ।  ଗୁଡ  ମିଶିଲା ପରେ  ସାମାନ୍ୟ   ଭାଜନ୍ତୁ,  ଯେପରିକି  ଲଡୁ  ବାନ୍ଧି  ହୋଇ  ରହିବା  ସହଜ  ହେବ  ।  ଏହି  ଗୁଡ  ଓ  ନଡିଆ  ଭଜାକୁ  ଚାଉଳରେ  ମିଶାଇ  ଦିଅନ୍ତୁ  ।  ଏବେ  ଏଥିରେ  ଖୁଆ  ଓ  ଗୁଜୁରାତି  ଗୁଣ୍ଡ  ପକାନ୍ତୁ  ।  ଏହି  ମିଶ୍ରଣକୁ  ହାତରେ  ନେଇ  ଲଡୁ  ଆକାର  ଦିଅନ୍ତୁ  । ଯଦି  ଲଡୁ  ତିଆରିରେ  ସମସ୍ୟା  ଆସେ,  ତେବେ  ସ୍ଵାଦ  ଅନୁସାରେ  ଘିଅ  ମିଶାନ୍ତୁ  । ଏବେ  ଲଡୁକୁ  କେଶରରେ  ସଜାଇ  ଖାଇବାକୁ  ଦିଅନ୍ତୁ  ଓ  ନିଜେ  ମଧ୍ୟ   ଚାଖନ୍ତୁ  ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More