ରିହାନା ଭାଲେଂଟାଇନ ଡେ ପାଇଁ ଲଂଚ କଲେ ନିଆରା ଉପହାର !
ହଲିଉଡ ଜଗତର ନାମୀଦାମୀ ଗାୟିକା ରିହାନା ଭାଲେଂଟାଇନ ଡେ ଉପରେ ଆଧାରିତ ଏକ ମୋଜା ଲଂଚ କରିଛନ୍ତି । ୱେବସାଇଟ ‘ଫିମେଲ ଫଷ୍ଟ ଡଟ କୋ ଡଟ ୟୁକେ’ଅନୁସାରେ ରିହାନା ନିଜ ଟ୍ୱିଟର ଆକଉଂଟରେ ଏହି ମୋଜା ଝଲକ ଦେଖାଇଥିଲେ, ଏବଂ ଏହାର ମୂଲ୍ୟ ୧୨୫ଡଲାର ରଖାଯାଇଛି ।
‘ହ୍ୟାପି ଭାଲେଂଟାଇନ ଡେ । ଆଜି ରାତିର ନୂଆ ସଂଗ୍ରହ । ଆପଣମାନେ ଏହାକୁ ମଧ୍ୟରାତ୍ରି ପିଏସଟିରୁ ସଂଗ୍ରହ କରିପାରିବେ’ବୋଲି ରିହାନା ମାଇକ୍ରୋ ବ୍ଲଗିଂଗ ୱେବସାଇଟରେ ଲେଖିଥିଲେ ।
୨୦୧୭ରେ ରିହାନା ଖୁଲାସା କରିଥିଲେ କି ଅନେକ ସମୟରେ ସେ ଏହାକୁ ସ୍କୁଲ ୟୁନିଫର୍ମରେ ବ୍ୟବହାର କରୁଥିଲେ । ତାଙ୍କୁ ପିଲାଦିନୁ ‘ସର୍ବଶ୍ରେଷ୍ଠ କପଡା’ପାଇଁ ପରିଚୟ ବନାଇବା ପସନ୍ଦ ଥିଲା ।