Only for Entertainment

‘ସଂଜୁ’ର ଆଉ ଏକ ପୋଷ୍ଟର ରିଲିଜ, ଦେଖିବାକୁ ମିଳିଲା ବାପା-ପୁଅଙ୍କ ବଣ୍ଡିଂ

zee news
0 46

ବଲିଉଡ ଅଭିନେତା ରଣବୀର କପୁର ଖୁବ ଶୀଘ୍ର ଫିଲ୍ମ ‘ସଂଞ୍ଜୁ’ରେ ନଜର ଆସିବେ । ଫିଲ୍ମର ଟ୍ରିଜରକୁ ଗତ ମାସରେ ରିଲିଜ କରାଯାଇଥିଲା । ଟ୍ରିଜରରେ ରଣବୀର କପୁରଙ୍କ ଲୁକ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି । ସଂଜୟଙ୍କ ଲୁକରେ ରଣବୀର କପୁରଙ୍କୁ ଲୋକେ ଖୁବ ପସନ୍ଦ କରିଛନ୍ତି । ଏହା ପରେ ଗୋଟିଏ ପରେ ଗୋଟିଏ ପୋଷ୍ଟର ଲଂଚ କରାଯାଉଛି । ୨୫ ମଇରେ ସୋନମ କପୁରଙ୍କ ଲୁକକୁ ସେୟାର କରାଯାଇଥିବା ବେଳେ ଏବେ ଫିଲ୍ମରେ ପରେଶ ରାୱଲଙ୍କ ଲୁକକୁ ସେୟାର କରାଯାଇଛି ।


ଫିଲ୍ମରେ ପରେଶ ରାୱଲ ସଂଜୟ ଦତ୍ତଙ୍କ ପିତା ସୁନୀଲ ଦତ୍ତଙ୍କ ଭୂମିକାରେ ନଜର ଆସିବେ । ଜାରି କରାଯାଇଥିବା ଏହି ପୋଷ୍ଟରରେ ରଣବୀର କପୁର ଖୁବ ଡରିଯାଇଥିବା ଦେଖିବାକୁ ମିଳିଛି ଏବଂ ପରେଶ ତାଙ୍କୁ ଆଲିଙ୍ଗନ କରିଛନ୍ତି । ଏହି ପୋଷ୍ଟରେ ବାପା ପୁଅଙ୍କ ବଣ୍ଡିଂ ଏବଂ ସୁନୀଲ କିପରି ସଂଜୟଙ୍କ ଖରାପ ସମୟରେ ତାଙ୍କୁ ସମ୍ଭାଳୁଥିଲେ ତାହା ମଧ୍ୟ ଦେଖିବାକୁ ମିଳିଛି ।

ଫିଲ୍ମରେ ରଣବୀର କପୁରଙ୍କ ବ୍ୟତିତ ପରେଶ ରାୱଲ, ଦିବ୍ୟା ଦତ୍ତା, ସୋନମ କପୁର, ଅନୁଷ୍କା ଶର୍ମା ଏବଂ କରିଶ୍ମା ତନ୍ନା ପରି କଳାକାର ନଜର ଆସିବେ । ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଟ୍ରେଲର ୩୦ ମଇକୁ ରିଲିଜ ହେବ ଏବଂ ଏହି ଫିଲ୍ମ ୨୯ ଜୁନରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More