Only for Entertainment

ଚାଂଚଲ୍ୟ ସୃଷ୍ଟି କଲା ସପ୍ନା ଚୌଧରୀଙ୍କ ଡ୍ୟାନ୍ସ ନମ୍ବର ।

70

ବିଗବସ ୧୧ର ପ୍ରତିଯୋଗୀ ସପ୍ନା ଚୌଧରୀ ସବୁବେଳେ ନିଜ ଡ୍ୟାନ୍ସ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସପ୍ନାଙ୍କ ଗୀତ ଅଁଖ ଦା ନିଶାନା’ ରିଲିଜ ହୋଇଛି । ଗୀତ ରିଲିଜ ହେଉ ହେଉ ଚାଂଚଲ୍ୟ ସୃଷ୍ଟି କଲାଣି । ଗୀତକୁ ମନ୍ନତ ନୁର ଲେଖିଛନ୍ତି ଏବଂ କଂଠଦାନ ମଧ୍ୟ କରିଛନ୍ତି । ଏହି ଗୀତ ପଂଜାବୀ ଫିଲ୍ମ ଡିଏସପି’ର । ଏଥିରେ ସପ୍ନା ଆଇଟମ ଡ୍ୟାନ୍ସ କରିଛନ୍ତି । ୨୫ ଜୁନକୁ ରିଲିଜ ହୋଇଥିବା ଏହି ଗୀତକୁ ଲକ୍ଷାଧିକ ଥର ଦେଖା ସରିଲାଣି । ସପ୍ନାଙ୍କ ହଟ ଡ୍ୟାନ୍ସ ଦର୍ଶକଙ୍କ ହୃଦୟ ଜିତିନେଇଛି । ଗୀତରେ ସପ୍ନା କିଲର ଅନ୍ଦାଜରେ ନଜର ଆସିଛନ୍ତି ।

କହିରଖୁଛୁ ଡ୍ୟାନ୍ସ କୁଇନ ସପ୍ନାଙ୍କ ସ୍ୱାଗ କିଛି ଭିନ୍ନ । ସପ୍ନା ମଂଚ ଉପରକୁ ଆସିବା ମାତ୍ରେ ରଥି ମହାରଥିଙ୍କ ମଧ୍ୟ ନିଦ ଉଡ଼ିଯାଏ । ଅଧିକାଂଶ ସମୟରେ ଏହା ମଧ୍ୟ ଦେଖିବାକୁ ମିଳିଛି ଲୋକ ଜବରଦସ୍ତ ମଂଚ ଉପରକୁ ଚଢି ଆସିବାକୁ ଚେଷ୍ଟା କରନ୍ତି । ସପ୍ନା ଯାଉଥିବା ସ୍ଥାନରେ ଲୋକସଂଖ୍ୟା ଏତେ ଥାଏଯେ ସେମାନଙ୍କୁ ବେଳେ ବେଳେ ପୋଲିସ କାବୁ କରିପାରେ ନାହିଁ, ଆଉ କେବେ କେବେ ଦେଖିବାକୁ ମିଳେଯେ କ୍ରାଉଡକୁ ନିୟନ୍ତ୍ରଣ କରି ନପାରିବାରୁ କାର୍ଯ୍ୟକ୍ରମକୁ ବନ୍ଦ କରି ଦିଆଯାଏ । ସିକ୍ୟୁରିଟି ବ୍ୟବସ୍ଥା ସେତିକି ଦୃଢ ନ ହେଲେ ସପ୍ନାଙ୍କ କାର୍ଯ୍ୟକ୍ରମ ହୋଇପାରେ ନାହିଁ । ତେଣୁ ତାଙ୍କ ନିକଟରେ ଏକାଧିକ ବଡ଼ିଗାର୍ଡ଼ ଉପସ୍ଥିତ ରହିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More