Only for Entertainment

ଏହି ଦେବତାଙ୍କୁ ପ୍ରସନ୍ନ କରିବା ଦ୍ୱାରା ମିଳିଥାଏ ଶନି ଦେବଙ୍କ କୃପା ।

panjabkeshri
0 67

ଅନେକ ଗ୍ରନ୍ଥରେ ଲେଖା ଅଛି ଯେ ଶନି ଦେବତା ମହାଦେବଙ୍କର ପୂଜାରୀ ଥିଲେ, କିନ୍ତୁ ଶନି ମାହାତ୍ମ୍ୟ ଅନୁସାରେ ଶିବଙ୍କର ରୁଦ୍ରାବତାର କାଳ ଭୈରବଙ୍କ ଉପାସନା କରିଥାଆନ୍ତି । ଭୈରବ ରୂପର ଆରାଧନା ଦ୍ୱାରା ଜାତକ ଶତୃ ଠାରୁ ମୁକ୍ତି, ବିପଦ, କୋର୍ଟ କଚେରୀ ମୋକଦ୍ଧମା ଆଦିରେ ବିଜୟ ହାସଲ ହେବ । ଅନେକ ସମାଜ ଏପରି ରହିଛି ଯେଉଁ କୁଳ ଦେବତାଙ୍କୁ ପୂଜନ କରାଯାଏ ଏବଂ ସେମାନଙ୍କର ପୂଜା କରିବା ପ୍ରଣାଳୀ ମଧ୍ୟ ଭିନ୍ନ ରହିଥାଏ । ଯାହାକି ବିଦ୍ଧି ଅନୁସାରେ ନହୋଇ ସ୍ଥାନୀୟ ପରମ୍ପରା ଅନୁସାରେ ହୋଇଥାଏ । ଶନି ଦେବତାଙ୍କ କୃପା ପ୍ରାପ୍ତ କରିବା ଲାଗି ଏହି ବିଦ୍ଧିରେ କାଳ ଭୈରବଙ୍କୁ ପ୍ରସନ୍ନ କରନ୍ତୁ ।

.ପ୍ରତିଦିନ ସକାଳେ ସୂର୍ଯ୍ୟୋଦୟର ଏକ ଘଂଟା ପୂର୍ବରୁ ଉଠନ୍ତୁ । ନିତ୍ୟ କର୍ମ ସାରି ଭୈରବ ଦେବଙ୍କୁ ଦର୍ଶନ କରିବା ଲାଗି ମନ୍ଦିର ଯାଆନ୍ତୁ ଏବଂ ତେଲ ଦୀପ ଜାଳନ୍ତୁ । ପ୍ରତିଦିନ ଏଭଳି କରିବା ଦ୍ୱାରା ଭୈରବ ଦେବତାଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ପଡିବ ଏବଂ ସମସ୍ତ ମନୋସ୍କାମନା ପୂରଣ ହେବ ।

.ଝୁଣା, ତୁଳସୀ, ନିମ୍ବ, ସୋରିଷ ପତ୍ର, କର୍ପୂରକୁ ମିଶାଇ ସକାଳେ ଏବଂ ସନ୍ଧ୍ୟାରେ ଧୂଆଁ ଦିଅନ୍ତୁ ।

.ଭୈରବ ଦେବଙ୍କ ମନ୍ଦିରରେ ଜିଲାପି ଏବଂ ମଦ୍ୟ ଭୋଗ କରନ୍ତୁ ।

. ହରଡ ଡାଲିକୁ ନେି କିଛି ମନୋସ୍କାମନା ମାଗି ଏହାକୁ ଭଗବାନଙ୍କ ପାଖରେ ଚଢାନ୍ତୁ ।

.ଏକ କଳା କୁକୁରକୁ ଜିଲାପି ଖାଇବାକୁ ଦେଇ କଂଚା କ୍ଷୀର ପିଇବାକୁ ଦିଅନ୍ତୁ ।

.ଶୁଭ କାର୍ଯ୍ୟରେ ବାରମ୍ବାର ବାଧା ଆସିଥାଏ କିମ୍ବା ବିଳମ୍ବରେ ଫଳ ପ୍ରାପ୍ତ ହୋଇଥାଏ । ତେବେ ରବିବାର ଦିନ ଭୈରବ ମନ୍ଦିରରେ ନାଲି ବସ୍ତ୍ର ପ୍ରଦାନ କରନ୍ତୁ ଏବଂ ବଟୁକ ଭୈରବଙ୍କ ସ୍ତୋତ୍ର ପାଠ କରନ୍ତୁ ।

.ମହାକାଳ ଭୈରବଙ୍କ ପାଖରେ ଚଢା ଯାଇଥିବା କଳା ସୂତାକୁ ଗଳା କିମ୍ବା ହାତରେ ବାନ୍ଧିବା ଦ୍ୱାରା ଭୂତ-ପ୍ରେତ କିମ୍ବା ତନ୍ତ୍ର-ମନ୍ତ୍ରର ପ୍ରଭାବ ପଡେ ନାହିଁ ।

.ଭଗବାନ ଭୈରବଙ୍କ ବାହନ କୁକର ଅଟେ । ତେଣୁ ଏଥିପାଇଁ କୁକୁରକୁ ମଧ୍ୟ ପୂଜା କରାଯାଏ । କୁହାଯାଏ ଯେ କୁକୁର କଳା ରଂଗର ହୋଇଥିଲେ ପୂଜା ସଫଳ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More