Only for Entertainment

ମଣିଷ ପରି ‘ଟ୍ୱିଙ୍କିଲ ଟ୍ୱିଙ୍କିଲ ଲିଟିଲ ଷ୍ଟାର’ ଗାଇପାରେ ଏହି ସିଲ୍ ମାଛ

ndtv
31

 ସ୍କଟଲ୍ୟାଣ୍ଡ ଗବେଷଣାକାରୀ ଧୂସର ରଙ୍ଗର ସିଲ ମାଛର ଅଧ୍ୟୟନ କରି ଆଶ୍ଚର୍ଯ୍ୟ କରିଦେବା ଭଳି ଖୁଲାସା କରିଛନ୍ତି । ଗବେଷକମାନଙ୍କ କହିବା ଅନୁସାରେ ଏହି ମାଛ ମନୁଷ୍ୟଙ୍କ ସ୍ୱର ଏବଂ ‘ଟ୍ୱିଙ୍କିଲ ଟ୍ୱିଙ୍କିଲ ଲିଟିଲ ଷ୍ଟାର’ ପରି ଧୂନ୍ କୁ ନକଲ କରିପାରିବ ।

ୟୁନିଭର୍ସିଟି ଅଫ ସେଣ୍ଟ ଏଣ୍ଡୁଏଜର ଅନୁସନ୍ଧାନକାରୀ ୩ ପ୍ରଶିକ୍ଷଣ ସିଲ ମାଛ ଲୋକପ୍ରିୟ ମ୍ୟୁଜିକର ନକଲ କରୁଥିବାର ଦେଖାଇଛନ୍ତି । ଅନୁସନ୍ଧାନକାରୀ ଯେଉଁ ତଥ୍ୟ ପାଇଥିଲେ ତାହାକୁ ସେ ଗୁରୁବାର ଦିନ ପ୍ରକାଶିତ କରିଛନ୍ତି । ଏହି ଅଧ୍ୟୟନ ଗବେଷଣାକାରୀଙ୍କୁ ଭେକାଲ ଲଣ୍ଣିଂ ଏବଂ ମନୁଷ୍ୟ ଭାଷାର ବିକାଶକୁ ଭଲଭାବେ ବୁଝିବାରେ ସହାୟତା ହୋଇଥିଲା ।

ଏହି ଅନୁସନ୍ଧାନରୁ ଏହା ସାମ୍ନାକୁ ଆସିଲା ଯେ, କହିବାରେ ହେଉଥିବା ଅସୁବିଧାର ଅଧ୍ୟୟନରେ ମଧ୍ୟ ଏହି ସିଲ ମାଛ ମହତ୍ୱପୂର୍ଣ୍ଣ ପ୍ରମାଣିତ ହୋଇପାରେ । କାରଣ ଏହି ମାଛ ମଧ୍ୟ କହିବା ସମ ୟରେ ବାକ ନଳୀର ପ୍ରୟୋଗ କରିଥାଏ ଯେଉଁଭଳି ଭାବେ ମନୁଷ୍ୟ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More