Only for Entertainment

ସଂପର୍କରେ ଶାରୀରିକ ଘନିଷ୍ଠତା କ’ଣ ଜରୁରୀ ? ଜାଣନ୍ତୁ କ’ଣ କହେ ଶାସ୍ତ୍ର ଓ ପୁରାଣ

relateinstitute.com
0 50

ଉଭୟ ପୁରୁଷ ଓ ନାରୀର ସହମତିରେ ଗଢ଼ି ଉଠୁଥିବା ଶାରୀରିକ ସଂପର୍କ ଏକ ନୂତନ ସୃଷ୍ଟିର ଅୟମାରମ୍ଭ ହୋଇଥାଏ ଏଥିରେ ସନ୍ଦେହ ନାହିଁ। ବିଜ୍ଞାନ ପ୍ରମାଣ କରେ ଉଭୟଙ୍କ ପ୍ରତି ଉଭୟଙ୍କର ଥିବା ସ୍ନେହ ବଶତଃ ପରସ୍ପରର ନିକଟତର ହେବା ଦ୍ୱାରା ଶରୀରରେ ଯେଉଁ ଶକ୍ତି ଉତ୍ପନ୍ନ ହୁଏ ତାହା ଏକତ୍ର ହେବାକୁ ଦୁହିଁଙ୍କୁ ଉତ୍ସାହ ଦିଏ । ଶିବ ଏବଂ ଶକ୍ତି ତଥା ପୁରୁଷ ଏବଂ ପ୍ରକୃତିଙ୍କର ଏହା ଏକ ମିଳିତ ନୃତ୍ୟ ବୋଲି ପୁରାଣ ପ୍ରମାଣ କରେ।

ଯେତେବେଳେ ଦୁଇ ଜଣ ବ୍ୟକ୍ତି ପ୍ରଥମେ ପରସ୍ପରର ନିକଟତର ହୁଅନ୍ତି ସେତେବଳେ ଉତ୍ତମ ବୁଝାମଣା ସ୍ନେହ ସୃଷ୍ଟି କରାଏ ଏବଂ ସ୍ନେହ ବଢ଼ିଯାଇ ଶାରୀରିକ ଆକର୍ଷଣର କାରଣ ପାଲଟେ। ସଂପର୍କ ପାଇଁ ଶାରୀରିକ ସଂଯୋଗ ବାଧ୍ୟତାମୂଳକ ନ ହେଲେ ବି ଆବଶ୍ୟକ ହୋଇଥାଏ। ସଂପର୍କରେ ଯଦି ସାମାନ୍ୟତମ ଭାବପ୍ରବଣତା ରହିଥାଏ ତେବେ ଦିନକୁ ଦିନ ଆକର୍ଷଣ ବଢ଼ିବାରେ ଲାଗେ।

ବର୍ତ୍ତମାନ ଯୁଗର ବ୍ୟସ୍ତବହୁଳ ଜୀବନ ହେତୁ ଲୋକମାନେ ଭାବପ୍ରବଣତାକୁ ଭୁଲି ଅଧିକ ବାସ୍ତବବାଦୀ ହୋଇପଡୁଛନ୍ତି। ସଂପର୍କ କେବଳ ଏକ ସାମାଜିକ ଚାପ ହୋଇ ରହିଯାଉଛି। ମାତ୍ର ସଂପର୍କଟିଏ ସଂଯୋଗ, ଆକର୍ଷଣ, ସ୍ନେହ, ପ୍ରେମ, ଯତ୍ନ ଏବଂ ବୁଝମଣାର ସହ ତିଷ୍ଠି ରହେ। ସେଥିରେ ସାମାନ୍ୟ ଶାରୀରିକ ଆସକ୍ତି ରହିଲେ କୌଣସି ଅସୁବିଧା ନାହିଁ।

ଶାରୀରିକ ସଂପର୍କ ସ୍ଥାପନରେ କେବଳ ଦୁଇଟି ଶରୀର ସାମିଲ୍‌ ହୁଅନ୍ତି ନାହିଁ। ସେ ସମୟରେ ଗୋଟିଏ ଆତ୍ମା ସହିତ ଆଉ ଏକ ଆତ୍ମାର ମିଳନ ଘଟେ। ଏହା ମଣିଷ ଜାଣିକି କରେନା। ସାଧାରଣ ସଂପର୍କରେ ସେପରି ଅନୁଭୂତ ହୁଏ ନାହିଁ, ସଂପର୍କର ଗଭୀରତା ଉପରେ ଏହା ନିର୍ଭର କରେ। ଏକ ଘନିଷ୍ଟ ସଂପର୍କ ସୌନ୍ଦର୍ଯ୍ୟରେ ଭରା ହୋଇଥିବା ବେଳେ ପ୍ରଥମରୁ ହିଁ ଯେଉଁ ସଂପର୍କରେ ଶାରୀରିକ ଆକର୍ଷଣ ଆସିଥାଏ ତାହା ସମୟକ୍ରମେ ଫିକା ପଡ଼ିଯାଏ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More