Only for Entertainment

ଗୁଜରାଟରେ ଲୋକ ଗାୟକଙ୍କ ଉପରେ ନୋଟ୍ ବର୍ଷା, ଭିଡିଓ ହେଲା ଭାଇରାଲ

ndtv
0 39

ଗୁଜରାଟର ୱଲସାଡ ଜିଲ୍ଲାରେ ଆୟୋଜିତ କରାଯାଇଥିବା ଏକ ସାଂସ୍କୃତିକ ଲୋକ ସଙ୍ଗୀତ କାର୍ଯ୍ୟକ୍ରମ (ଡାୟରୋ)ରେ ଲୋକେ ଦୁଇ ଲୋକ ଗାୟକଙ୍କ ଉପରେ ନୋଟ ବର୍ଷା କରିଛନ୍ତି । ଏହି ଦୁଇ ଗାୟକଙ୍କ ଉପରେ ପାଖାପାଖି ୫୦ ଲକ୍ଷ ଟଙ୍କାର ନଗଦ ନୋଟ ବର୍ଷା କରାଯାଇଛି । ଏହି ଘଟଣା କ୍ରମର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଖବର ଅନୁସାରେ ଜଣାଶୁଣା ଲୋକ ଗାୟକ ବ୍ରିଜରାଜଦାନ ଗଢବୀ ଏବଂ ଗୀତା ରବାରୀଙ୍କ ଶନିବାର ରାତିରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କାଲାବାଡା ଗ୍ରାମରେ ଜଳାରାମ ମାନବ ଟ୍ରଷ୍ଟ ପକ୍ଷରୁ ଆମ୍ବୁଲାନ୍ସ କିଣିବା ପାଇଁ ଅର୍ଥ ଯୋଗାଡ କରିବା ପାଇଁ ଆୟୋଜନ କରାଯାଇଥିଲା । ଲୋକେ ଏହି କାର୍ଯ୍ୟ କ୍ରମରେ ୫୦୦ ନୋଟ ବ୍ୟତିତ ୨୦୦ ଏବଂ ୧୦ ଟଙ୍କାର ନୋଟ ମଧ୍ୟ ଉଡାଇଥିଲେ । ଏତେ ମାତ୍ରରେ ନୋଟ ବର୍ଷା ହୋଇଥିଲା ଯେ ନୋଟକୁ ଗଣିବା ପାଇଁ ମେସିନର ବ୍ୟବହାର କରାଯାଇଥିଲା ।

note

ଏହା ଗାଁର ସରପଂଚ ଆଶିଷ ପଟେଲଙ୍କ କହିବା ଅନୁସାରେ ଏହି ଅର୍ଥକୁ ଟ୍ରଷ୍ଟକୁ ଦାମ କରାଯିବ । ତେବେ ଏତେ ମାତ୍ରାରେ ନୋଟ ବର୍ଷା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More