Only for Entertainment

ପରଲୋକରେ ଶ୍ୱେତା ବଚ୍ଚନଙ୍କ ଶ୍ୱଶୁର, ଅମିତାଭ ବଚ୍ଚନ ଟ୍ୱିଟ କରି ପ୍ରକାଶ କଲେ ଦୁଃଖ ।

India TV
0 39

ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦାଙ୍କ ଶ୍ୱଶୁର ରାଜନ ନନ୍ଦାଙ୍କ ନିଧନ ହୋଇଯାଇଛି । ଖବର ଅନୁସାରେ ଗୁରଗାଓଁର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଅମିତାଭ ବଚ୍ଚନ ଟୁଅଟ କରି ଏହି ବିଷୟରେ ସୂଚନା ଦେଇଥିଲେ ।


ଋଷି କପୁରଙ୍କ ଝିଅ ଏବଂ ରଣବୀର କପୁରଙ୍କ ଭଉଣୀ ରିଦ୍ଧିମା କପୁକର ସାହନୀ ଇଂଷ୍ଟାଗ୍ରାମରେ ରାଜନ ନନ୍ଦାଙ୍କର ଏକ ଫଟୋ ସେୟାର କରି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ରିଦ୍ଧିମା ଫଟୋ ପୋଷ୍ଟ କରି ଲେଖିଥିଲେ, ଆପଣ ସବୁବେଳେ ଲିଜେଣ୍ଡ ଥିଲେ ଏବଂ ରହିବେ । ଆପଣଙ୍କୁ ବହୁତ ମିସ କରିବୁ ଅଙ୍କଲ । ଆରଆଇପି ରାଜନ ଆଙ୍କଲ ।

 

ଆପଣଙ୍କୁ କହିରଖୁଛୁ ଯେ ରାଜନ ନନ୍ଦା ଗ୍ରୁପର ଚେୟାରମ୍ୟାନ ଏବଂ ମ୍ୟାନେଜିଂ ଡାଇରେକ୍ଟର ଥିଲେ । ତାଙ୍କର ନିଧନ ପରେ ସୋସିଆଲ ମିଡିଆରେ ତାଙ୍କ ପରିବାର ସଦସ୍ୟଙ୍କ ସହିତ ଅନେକ ଘନିଷ୍ଠ ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ରାଜନ ନନ୍ଦା ରାଜ କପୁରଙ୍କ ଝିଅ ଋତୁ ନନ୍ଦାଙ୍କ ସ୍ୱାମୀ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More