Only for Entertainment

ସକାଳୁ ଶଯ୍ୟା ତ୍ୟାଗ କରିବା ପରେ କରନ୍ତୁ ନାହିଁ ଏହି ୩ଟି କାମ

jagran.com
0 40

ସକାଳୁ ଉଠିବା ପରେ ଆମେମାନେ ଅଜାଣତରେ କିଛି ଏପରି କାମ କରିଥାଉ, ଯାହାର କୁପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ । ଏମିତି କିଛି ଜିନିଷ ରହିଛି, ଯାହାକୁ ସକାଳୁ ଉଠିବା ପରେ କରିବା କଥା ନୁହେଁ । ଯଦି ଆପଣ ଏଭଳି କିଛି କରୁଛନ୍ତି ତେବେ ତାହା ଆପଣଙ୍କ ଜୀବନ ଉପରେ ଖରାପ ପ୍ରଭାବ ପକାଇବ । ଏବେ ଆସନ୍ତୁ ଜାଣିବା ସକାଳୁ ଉଠିବା ପରେ କେଉଁ ୩ଟି କାମ କରିବା ଅନୁଚିତ ।

୧.କିଛି ଲୋକ ସକାଳୁ ଉଠିବା ପରେ ନିଜର ଶଯ୍ୟାକୁ ଠିକ୍‌ ନ କରି ସେମିତି ଛାଡ଼ି ଦିଅନ୍ତି । ଏପରି କଲେ ଆପଣଙ୍କ ଉପରେ ରାହୁଙ୍କ କୋପଦୃଷ୍ଟି ପଡ଼ିବା ସହ ଆପଣଙ୍କ ମଧ୍ୟରେ ଅନେକ ଶାରୀରିକ ସମସ୍ୟା ମଧ୍ୟ ଦେଖା ଦେଇଥାଏ ।

୨.କିଛି ଲୋକ ସକାଳୁ ଉଠି ବା ଦିନର ଅନ୍ୟ ସମୟରେ ଖଟ ଉପରେ ବସି ଚା’ ପିଇବାକୁ ପସନ୍ଦ କରନ୍ତି । ପ୍ରାଚୀନ ଧର୍ମଗ୍ରନ୍ଥ ଏବଂ ଆର୍ୟୁବେଦ ଅନୁସାରେ ଏଭଳି ଅଭ୍ୟାସ ଆପଣଙ୍କ ଉପରେ ଖରାପ ପ୍ରଭାବ ପକାଇବା ସହ ଅନେକ ରୋଗ ସୃଷ୍ଟି କରିଥାଏ ।

୩.ସକାଳୁ ଉଠିବା ପରେ ନିଜ ମୁହଁକୁ ଆଇନାରେ ଦେଖନ୍ତୁ ନାହିଁ । ରାତି ସାରା ଶୋଇବା ପରେ ଯେଉଁ ସବୁ ନକରାତ୍ମକ ଶକ୍ତି ବାହାରିଥାଏ । ସକାଳେ ଉଠିବାର ତୁରନ୍ତ ପରେ ଆଇନା ଦେଖିଲେ ତା’ର ପ୍ରଭାବ ଆପଣଙ୍କ ଉପରେ ପଡ଼ିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More