Only for Entertainment

ରକ୍ତଚାପ ନିୟନ୍ତ୍ରଣ କରିଥାଏ ଗଜାମୁଗ,ଜାଣନ୍ତୁ କିପରି ।

voicerepublic.com
0 27

ମୁଗ ଡ଼ାଲି ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ସମସ୍ତେ କହିଥାନ୍ତି । ଏଥିରେ କମ କ୍ୟାଲୋରି ଥିବା ସହ ଭିଟାମିନ୍‌ ଏ,ବି,ସି ଏବଂ ଇ ଅଧିକ ପରିମାଣରେ ରହିଥାଏ । ଏହା ସହ ମ୍ୟାଗ୍ନେସିୟମ,କପର,ଫାଇବର,ପୋଟାସିୟମ,ଆଇରନ ଭଳି ଅନେକ ପୋଷକ ତତ୍ତ୍ୱ ମୁଗରେ ରହିଥାଏ । ତେବେ ମୁଗ ସହ ଗଜାମୁଗ ମଧ୍ୟ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଆସନ୍ତୁ ଜାଣିବା ସକାଳ ସମୟରେ ଗଜାମୁଗ ଖାଇବା ଦ୍ୱାରା କ’ଣ ସବୁ ଫାଇଦା ମିଳିଥାଏ ।

୧.ସକାଳ ସମୟରେ ଗଜାମୁଗ ଖାଇବା ଦ୍ୱାରା ଶରୀରରେ କର୍କଟ ରୋଗ ସୃଷ୍ଟିକାରୀ କୋଷିକାଗୁଡ଼ିକୁ ବଢ଼ିବାରୁ ରୋକିଥାଏ । ଯାହାଦ୍ୱାରା କର୍କଟ ରୋଗ ହେବାର ଆଶଙ୍କ କମ ହୋଇଥାଏ ।
୨.ଯେଉଁ ଲୋକମାନଙ୍କର ଉଚ୍ଚ ରକ୍ତଚାପର ସମସ୍ୟା ରହିଛି ସେମାନଙ୍କ ପାଇଁ ସକାଳ ସମୟରେ ଗଜାମୁଗ ଖାଇବା ଅତ୍ୟନ୍ତ ଲାଭଦାୟକ । ଏଥିରେ ସୋଡ଼ିୟମ ନ ଥିବାରୁ ଏହାକୁ ଖାଇଲେ କୋଲେଷ୍ଟ୍ରଲର ସ୍ତର ଏବଂ ରକ୍ତଚାପ ନିୟନ୍ତ୍ରଣ ହୋଇ ରହିଥାଏ ।

୩.ସକାଳୁ ଉଠିବା ପରେ ଗଜାମୁଗ ଖାଇବା ଦ୍ୱାରା ପାଚନ କ୍ରିୟା ସୁସ୍ଥ ରହିଥାଏ । ଯେଉଁ ଲୋକମାନଙ୍କରେ ଖାଦ୍ୟ ହଜମ ହେବାରେ ଅସୁବିଧା ହେଉଛି । ସେମାନଙ୍କୁ ସକାଳୁ ଗଜାମୁଗ ଖାଇବା ଆରମ୍ଭ କରିବା ଦରକାର ।
୪.ଲିଭର ସମସ୍ୟା ବା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଗଜାମୁଗ ଖୁବ୍‌ ଭଲ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More