Only for Entertainment

ତ୍ୟାଗ କରନ୍ତୁ ଏହି ସମସ୍ତ ଅଭ୍ୟାସ ହୋଇବେ ଧନୀ ଏବଂ ଜ୍ଞାନୀ ।

0 147

ସାଧାରଣତଃ କିଏ ବା ନ ଚାହେଁ ଜୀବନରେ ସଫଳ ହେବାକୁ? ତେବେ ମଣିଷ ଜୀବନରେ ଅଜ୍ଞାନତାବଶତଃ ଏପରି କିିଛି ଅସତ୍‌ ଉପାୟର ଅବଲମ୍ବନ କରିବସେ , ଯାହାକି ତାକୁ ସଫଳତା ଦେବା ପରିବର୍ତ୍ତେ ଅସଫଳତା ଆଣିଦେଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଦୈନନ୍ଦିନ ଜୀବନରେ ଏପରି ୧୬ଟି ଜିନିଷ ତ୍ୟାଗ କରିବାକୁ ହେବ, ଯାହା ଆପଣଙ୍କୁ ଧନୀ ଓ ଜ୍ଞାନୀ ହେବା ରାସ୍ତାରେ ପରିଚାଳିତ କରିବ।

  • ଆଳସ୍ୟ ତ୍ୟାଗ କରି ପ୍ରଥମତଃ ଆପଣ ବ୍ରାହ୍ମମୂହୁର୍ତ୍ତରେ ଶଯ୍ୟା ପରିତ୍ୟାଗ କରନ୍ତୁ।
  • ତ୍ରିସନ୍ଧ୍ୟାରେ ସ୍ନାନ କରନ୍ତୁ, ଆଳସ୍ୟକୁ ତ୍ୟାଗ କରନ୍ତୁ।
  • ନିରୋଗ ରହିବାକୁ ହେଲେ,ବ୍ୟକ୍ତିକୁ ଖାଦ୍ୟ ପ୍ରତି ଲାଳସା ତ୍ୟାଗ କରିବା ଉଚିତ୍‌।
  • ପିତାମାତାଙ୍କ ପ୍ରତି ରହିଥିବା ଅବହେଳାକୁ ତ୍ୟାଗ କରିବା ଉଚିତ୍‌।
  • ପ୍ରାର୍ଥନା କରିବା ସମୟରେ ବି ସଂସାର ଚିନ୍ତା ତ୍ୟାଗ କରିବା ଉଚିତ୍‌ ଅଟେ।
  • ଏହାସହିତ ଦାନ ସମୟରେ ଲୋଭ ମଧ୍ୟ ବର୍ଜନୀୟ ଅଟେ।
  • ଯଦି ଆପଣ ନ୍ୟାୟ ପାଇଁ ଲଢ଼ୁଥା’ନ୍ତି ,ତେବେ ସେ ସମୟରେ ଭୟକୁ ତ୍ୟାଗ କରିବେ!
  • ଏହାସହିତ ପୂଜା ସମୟରେ କାମନାକୁ ତ୍ୟାଗ କରନ୍ତୁ।
  • ଏଥିସହିତ ସାଧନା ସମୟରେ କୋଳାହଳ ବି ତ୍ୟାଗ କରନ୍ତୁ।
  • କୌଣସି ରୋଗରେ ପଡ଼ିଥିଲେ ଆପଣ ଅପଥ୍ୟକୁ ତ୍ୟାଗ କରନ୍ତୁ।
  • ତେବେ ବିପଦରେ କାତରତାକୁ ତ୍ୟାଗ କରିବା ବୁଦ୍ଧିମାନ ବ୍ୟକ୍ତିର କାର୍ଯ୍ୟ ଅଟେ।
  • ଅତୀତ ଲାଗି ଦୁଃଶ୍ଚିନ୍ତାକୁ ତ୍ୟାଗ କରନ୍ତୁ। କାରଣ ଶାସ୍ତ୍ରରେ ରହିଛି କି,ବୁଦ୍ଧିମାନ ବ୍ୟକ୍ତି ଆଦୌ ହେଲେ ବି ଅତୀତର ଚିନ୍ତା କରନ୍ତି ନାହିଁ।
  • ପହରା ଦେବା ସମୟରେ ନିଦ୍ରା ତ୍ୟାଗ କରିବା ଉଚିତ ଅଟେ।
  • ଜୀବନକୁ ଉପଭୋଗ କରିବାକୁ ଚାହୁଁଥିଲେ ,ଗର୍ବ ଓ ଅଂହକାର କୁ ତ୍ୟାଗ କରନ୍ତୁ।
  • ପୁତ୍ର ଅବାଧ୍ୟ ହେଲେ ମା’କୁ ମମତାକୁ ତ୍ୟାଗ କରିବା ଉଚିତ୍‌। ନହେଲେ ମା’ର ସେହି ସ୍ନେହ ମମତା ହିଁ ପୁତ୍ରର ଭବିଷ୍ୟତ କୁ ନଷ୍ଟ କରିଦିଏ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More