Only for Entertainment

ଫିଲ୍ମ ‘ସଂଜୁ’ରେ ବାଥରୁମ ସିନକୁ ନେଇ ବିବାଦ, ଏକ୍ଟିବିଷ୍ଟ ସେଂସର ବୋର୍ଡକୁ ଲେଖିଲେ ଚିଠି ।

zee news
0 45

ବଲିଉଡ ଫିଲ୍ମ ‘ସଂଜୁ’ର ଟ୍ରେଲରକୁ ନେଇ ଏକ ନୂଆ ବିବାଦ ସାମ୍ନାକୁ ଆସିଛି । ଏହି ବିବାଦ ଫିଲ୍ମର ବାଥରୁମ ସିନକୁ ନେଇ ହୋଇଛି । ଏହି ସିନରେ ରଣବୀର କପୁର ଜେଲରେ ବସିଥିବା ବେଳେ ବାଥରୁମ ଲିକେଜ ହୋଇଯାଏ । ଏହା ପରେ ସେ ଚିôତାର କରି ଜେଲ କର୍ମଚାରୀଙ୍କୁ ଡାକୁଥିବାର ଦେଖିବାକୁ ମିଳିଛି । ଏହି ସିନକୁ ନେଇ ଆରଟିଆଇ ଏକ୍ଟିବିସ୍ଟ ପୃଥିବୀ ମସ୍କେ ଆପତ୍ତି ଉଠାଇଛନ୍ତି । ତାଙ୍କ ମତରେ ଏହି ପ୍ରକାର ସିନ ଭାରତୀୟ ଜେଲର ଛବିକୁ ଖରାପ କରୁଛି ।

sanju-ll

ଏହାକୁ ନେଇ ମସ୍କେ ସେନସର ବୋର୍ଡକୁ ଏକ ଚିଠି ଲେଖିଛନ୍ତି । ଚିଠିରେ ସେ ଲେଖିଛନ୍ତି ଏହି ପ୍ରକାର ସିନ ଦ୍ୱାରା ଭାରତୀୟ ଜେଲର ଛବି ଖରାପ କରିବା ଉଚିତ ନୁହେଁ । ତେବେ ଏହାକୁ ନେଇ ସେଂସର ବୋର୍ଡ ଏବଂ ଫିଲ୍ମର ଟିମ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

sanju

କହିରଖିୁଛୁ ଯେ ଫିଲ୍ମର ଟ୍ରେଲର ଲୋକଙ୍କୁ ଖୁବ ପସନ୍ଦ ଆସିଛି । ଫିଲ୍ମରେ ସଂଜୟ ଦତ୍ତଙ୍କ ଜୀବନର ଅନେକ ଅଜଣା କଥା ବିଷୟରେ ଜାଣିବାକୁ ମିଳିବ । ଫିଲ୍ମ ୨୯ ଜୁନରେ ରିଲିଜ ହେବାକୁ ଥିବା ବେଳେ ଏହା ଦର୍ଶକଙ୍କୁ କେତେ ମାତ୍ରାରେ ପସନ୍ଦ ଆସୁଛି ତାହା ଦେଖିବା ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More