Only for Entertainment

ଶବ ସତ୍କାର ସମୟରେ ଉଠିଲା ମୃତ ବ୍ୟକ୍ତି, ହୃଦଘାତରେ ଟଳି ପଡିଲେ ଇମାମ

live hindustan
122

ସାଉଦୀ ଆରବର ମାରୋକେଚ୍‍ ସହରର ଏକ ଡାକ୍ତରଖାନାରେ ଶୁକ୍ରବାର ଜଣେ ବ୍ୟକ୍ତି ଭର୍ତ୍ତି ହୋଇଥିଲା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ତେବେ ଏହି ବ୍ୟକ୍ତି ଜୀବିତ ଥିଲେ । ତାଙ୍କ ନିଶ୍ୱାସ ପ୍ରଶ୍ୱାସର ବେଗ ଏତେ ଧିମା ଥିଲା ଯେ, ଡାକ୍ତରଙ୍କୁ ଲାଗିଥିଲା ସେ ମରିଯାଇଛନ୍ତି । ଏପରିକି ଡାକ୍ତର ମଧ୍ୟ ମୃତ ପ୍ରମାଣପତ୍ର ଜାରି କରିଥିଲେ ।

ପରିବାର ଲୋକେ ଏହି ବ୍ୟକ୍ତିଙ୍କୁ ନିଜ ଘରକୁ ଆଣି ଅନ୍ତିମ ସତ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ମସଜିଦରୁ ଆସିଥିଲେ ଇମାମ । ଇମାମ ଜଣଙ୍କ ଶବ ନିକଟରେ ନମାଜ ପଢିବା ଆରମ୍ଭ କରିଥିଲେ । ଏହି ସମୟରେ ମୃତ ବ୍ୟକ୍ତି ଜଣଙ୍କ ହଠାତ୍‍ ଉଠିଥିଲେ । ଏହା ଦେଖି ଇମାମ ଏତେ ଡରିଯାଇଥିଲେ ଯେ, ସେ ହୃଦଘାତର ଶୀକାର ହୋଇଥିଲେ । ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ଯେଉଁ ଲୋକମାନେ ଉକ୍ତ ବ୍ୟକ୍ତିଙ୍କ ସଂସ୍କାର ପାଇଁ ଯୋଜନା କରୁଥିଲେ ପରେ ସେମାନେ ଏହି ଇମାମଙ୍କ ସଂସ୍କାର କାର୍ଯ୍ୟରେ ଲାଗିପଡିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More