ଘୁଂଚିଲା ‘ଷ୍ଟୁଡେଂଟ୍ ଅଫ ଦି ଇୟର୍ – ଟୁ’ଫିଲ୍ମ ରିଲିଜ ତାରିଖ !
ବଦଳିଲା ଅଭିନେତା ଟାଇଗର୍ ଶ୍ରଫଙ୍କ ଅପକମିଂ ଫିଲ୍ମ ‘ଷ୍ଟୁଡେଂଟ୍ ଅଫ ଦି ଇୟର୍ – ଟୁ’ର ରିଲିଜ ତାରିଖ । ଏବେ ଏହି ସିନେମାଟି ମେ ୧୦, ୨୦୧୯ରେ ପରଦାକୁ ଆସିବ । ପ୍ରଥମେ ଏହି ସିନେମାଟି ୨୯ ନଭେମ୍ବରରେ ରିଲିଜ୍ ହେବାର ସ୍ଥିର ହୋଇଥିଲା । ହେଲେ ଏବେ ଏହାର ରିଲିଜ୍ ଆସନ୍ତା ବର୍ଷକୁ ଘୁଂଚାଇ ଦିଆଯାଇଛି ।
There is a NEW DATE for #SOTY2!!!! The admissions are now in summer 2019!!! Watch this space! @punitdmalhotra @iTIGERSHROFF @DharmaMovies @apoorvamehta18 @foxstarhindi
— Karan Johar (@karanjohar) July 30, 2018
ଏଥିରେ ଟାଇଗର୍ ଶ୍ରଫଙ୍କ ସହ ନବାଗତା ନାୟିକା ଅନନ୍ୟା ପାଣ୍ଡେ, ତାରା ସୁତାରିୟାଙ୍କୁ ନାୟିକା ଭାବେ ଦେଖିବାକୁ ମିଳିବ । ଫିଲ୍ମଟି ୨୦୧୨ ମସିହାର ଫିଲ୍ମ ଷ୍ଟୁଡେଂଟ୍ ଅଫ୍ ଦି ଇୟରର ସିକ୍ୱେଲ୍ । ଧର୍ମା ପ୍ରଡକ୍ସନ୍ ବ୍ୟାନରରେ ଏହି ସିନେମାର ପ୍ରଯୋଜନା କରୁଛନ୍ତି କରଣ ଜୋହର୍ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ପୁନିତ୍ ମଲହୋତ୍ରା ।