Only for Entertainment

ପୁଣିଥରେ ବିଶ୍ୱ ରେକର୍ଡ଼ କଲେ ସୁଦର୍ଶନ ପଟ୍ଟନାୟକ ।

twitter
26

ଖ୍ରୀଷ୍ଟମାସ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁଣିଥରେ ଏକ ବିଶ୍ୱ ରେକର୍ଡ଼ କରିଛନ୍ତି । ସେ ବିଶ୍ୱର ସବୁଠାରୁ ବଡ଼ ସାନ୍ତା କ୍ଲଜ ତିଆରି କରିଛନ୍ତି ତାହା ପୁଣି ପ୍ଲାଷ୍ଟିକ ବୋତଲ ବ୍ୟବହାର କରି ।
ଖବର ଅନୁସାରେ ସୁଦର୍ଶନ ପଟ୍ଟନାୟକ ଏହି ବର୍ଷ ପ୍ଲାଷ୍ଟିକ ବନ୍ଦ ହେବା ପରଠାରୁ ପ୍ରୋତ୍ସାହିତ ହୋଇ ଏହିଭଳି ନିଷ୍ପତ୍ତି ନେଇଛନ୍ତି । ଏହି ସାନ୍ତାକୁ ସେ ପୁରୀ ଉପକୂଳରେ ନିର୍ମାଣ କରିଛନ୍ତି । ଯାହାର ଉଚ୍ଚତା ୩୦ ଫୁଟ ଏବଂ ଓସାର ୧୦୦ ଫୁଟ । ଏଥିରେ ୮୦୦ ଟନ ବାଲି ବ୍ୟବହାର କରାଯାଇଛି । ରଙ୍ଗ ହୋଇଥିବା ବାଲରି ମଧ୍ୟ ବ୍ୟବହାର କରାଯାଇଛି ।ଏହା ସହିତ ୧୦ ହଜାର ପ୍ଲାଷ୍ଟିକ ବୋତଲର ମଧ୍ୟ ବ୍ୟବହାର ହୋଇଛି ।


ସାଂଟାକୁ ନିର୍ମାଣ କରିବା ପାଇଁ ସୁଦର୍ଶନ ତାଙ୍କର ୪୦ ଜଣ ଆସିଷ୍ଟାଂଟଙ୍କ ସହାୟତା ନେଇଛନ୍ତି । ଏହାକୁ ନିର୍ମାଣ କରିବା ପାଇଁ ସେମାନଙ୍କୁ ୨ ଦିନ ସମୟ ଲାଗିଛି । ତେବେ ଏହାକୁ ଭଙ୍ଗା ହେବା ପରେ ସମସ୍ତ ବୋତଲର ପୁନଃଚକ୍ରଣ କରାଯିବ ବୋଲି କହିଛନ୍ତି ସୁଦର୍ଶନ । ପ୍ରଦୂଷଣକୁ କମ କରିବା ପାଇଁ ଏହା ହେଉଛି ଏକ ଲକ୍ଷ ଓ ପ୍ରୟାସ,ଯାହା ଦ୍ୱାରା ଏକ ସୁସ୍ଥ ସମାଜ ତିଆରି କରାଯାଇପାରିବ ବୋଲି ସୁଦର୍ଶନ ବିଶ୍ୱାସ କରନ୍ତି । ତେବେ ଏହି ବୃହତ ସାନ୍ତାକୁ ଜାନୁୟାରୀ ୧ ତାରିଖ ପର୍ଯ୍ୟନ୍ତ ଦେଖିବାର ସୁଯୋଗ ପାଇବେ ସମସ୍ତେ । ତେବେ ସବୁଠାରୁ ବଡ଼ ବାଲୁକା କାରୁକାର୍ଯ୍ୟ ତିଆରି କରି ସୁଦର୍ଶନ ଗିନିଜ ବୁକରେ ରେକର୍ଡ଼ କରିଛନ୍ତି ।


ପଦ୍ମଶ୍ରୀ ଆୱାର୍ଡ଼ି ସୁଦର୍ଶନ ପଟ୍ଟନାୟକ ୬୦ରୁ ଅଧିକ ଇଂଟରନେସନାଲ ବାଲୁକା ଫେଷ୍ଟିଭାଲରେ ଭାଗ ନେଇଛନ୍ତି ଏବଂ ଏକାଧିକ ପୁରସ୍କାର ମଧ୍ୟ ପାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More