Only for Entertainment

ରିଲିଜ ହେଲା ‘ସୁଇ ଧାଗା’ର ଆଉ ଏକ ଗୀତ ‘ସବ ବଢିଆ ହୈ’, ଦେଖିବାକୁ ମିଳିଲା ବରୁଣଙ୍କ ଜବରଦସ୍ତ ଡ୍ୟାନ୍ସ ।

The Indian Express
0 34

ୟଶରାଜ୍ ଫିଲ୍ମସ୍ ଦ୍ୱାରା ପ୍ରସ୍ତୁତ ଭିନ୍ନ ସ୍ୱାଦର ଫିଲ୍ମ ‘ସୁଈଧାଗା – ମେଡ୍ ଇନ୍ ଇଣ୍ଡିଆ’ର ଡ୍ୟାନ୍ସ ସଙ୍ଗ ‘ସବ ବଢିଆ ହୈ’କୁ ରିଲିଜ କରାଯାଇଛି । ଗୀତରେ ଫିଲ୍ମର ନାୟକ ବରୁଣ ଧୱନଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି । ବରୁଣ ଏହି ସିନେମାରେ ମୌଜି ନାମକ ଟେଲର୍ ଚରିତ୍ର ତୁଲାଇଛନ୍ତି । ଗୀତରେ ମୌଜି ନିଜ ପତ୍ନୀ ମମତା ପାଇଁ ଗୀତ ଗାଇ ଡ୍ୟାନ୍ସ କରୁଛନ୍ତି । ସିନେମାରେ ମମତା ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ଅନୁଷ୍କା ଶର୍ମା ।

ଏହି ଗୀତରେ ବରୁଣଙ୍କୁ ବେଶ କଲରଫୁଲ୍ ପୋଷାକରେ ଦେଖିବାକୁ ମିଳିଛି । ସିନେମାରେ ସଙ୍ଗୀତର ଭାର ତୁଲାଇଛନ୍ତି ଅନ୍ନୁ ମଲ୍ଲିକ୍ । ଏହି ଜବରଦସ୍ତ ଗୀତରେ କଣ୍ଠଦାନ କରିଛନ୍ତି ସୁଖୱିନ୍ଦର୍ ସିଂ । ଗୀତର ଲିରିକ୍ସ ଦେଇଛନ୍ତି ବରୁଣ ଗ୍ରୋବର୍ ଓ ଅନ୍ନୁ ମଲ୍ଲିକ । ଏହି ଡ୍ୟାନ୍ସ ଗୀତଟି ସିନେମା ପାଇଁ ପ୍ଲସ୍ ପଏଂଟ୍ ହେବ ବୋଲି ଆଶା କରାଯାଉଛି । ରିଲିଜ୍ ହେବାକ୍ଷଣି ଏହି ଗୀତଟି ୟୁଟୁବ୍ରେ ଟ୍ରେଣ୍ଡିଂ ହେଉଥିବା ଦେଖିବାକୁ ମିଳୁଛି । ମନିଷ ଶର୍ମାଙ୍କ ପ୍ରଯୋଜନାରେ ଏହି ସିନେମାରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଶରତ କଟାରିୟା । ୨୮ ସେପ୍ଟେମ୍ବରରେ ପରଦାକୁ ଆସିବ ଚଳଚ୍ଚିତ୍ର ‘ସୁଈ ଧାଗା- ମେଡ୍ ଇନ୍ ଇଣ୍ଡିଆ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More