Only for Entertainment

ସଲମାନ ଖାନଙ୍କ ପରେ ଏବେ ପ୍ରିୟଙ୍କା ଚୋପ୍ରାଙ୍କ ସହିତ ସ୍କ୍ରିନ ସେୟାର କରିବେ ସୁନିଲ ଗ୍ରୋଭର ।

साक्षी समाचार
0 28

କମେଡିଆନ ସୁନିଲ ଗ୍ରୋଭରଙ୍କ ଖୁସି ଏବେ କହିଲେ ନସରେ । ସଲମାନ ଖାନଙ୍କ ଫିଲ୍ମ ଭାରତରେ ତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହା ପୂର୍ବରୁ ସେ ଭିଶାଲ ଭାରଦ୍ୱାଜଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ପଟାଖା’ରେ ନଜର ଆସିବେ । ଏହାକୁ ଦେଖିଲେ ଲାଗୁଛି ବଲିଉଡରେ ସୁନିଲ ଗ୍ରୋଭରଙ୍କ ଡିମାଣ୍ଡ ଏବେ ବଢିବାକୁ ଲାଗୁଛି । ଏକ ଇଣ୍ଟରଭ୍ୟୁରେ ସୁନିଲ କହିଥିଲେ, ପ୍ରିୟଙ୍କା ଚୋପ୍ରା ତାଙ୍କ ସହିତ ଫିଲ୍ମ କରିବାକୁ ଚାହାଁନ୍ତି ।

କମେଡିଆନ-ଆକ୍ଟର ମଜାକିଆ ଅନ୍ଦଜରେ କହିଥିଲେ, ପ୍ରିୟଙ୍କା ଚୋପ୍ରା ମୋ ସହିତ କାମ କରିବାକୁ ଚାହୁଁଛନ୍ତି । ବାସ୍ତବରେ କଥାଟି ହେଉଛି ‘ପଟାଖା’ର ମ୍ୟୁଜିକ ଲଂଚ ସମୟରେ ଭିଶାଲ ଭରଦ୍ୱାଜଙ୍କୁ ପୁଣିଥରେ ପ୍ରିୟଙ୍କା ଚୋପ୍ରାଙ୍କ ସହିତ କାମ କରିବେ କି ପ୍ରଶ୍ନ ପଚରାଯାଇଥିଲା । ଏହାପରେ ସୁନିଲ ଗ୍ରୋଭର ହଠାତ କହିଥିଲେ ପ୍ରିୟଙ୍କା ମୋ ସହିତ କାମ କରିବାକୁ ଚାହାଁନ୍ତି । ଆମେ ଖୁବଶୀଘ୍ର ଏକ ଫିଲ୍ମରେ କାମ କରିବାକୁ ଯାଉଛୁ । ଆଶା କରୁଛି ଏହି ଫିଲ୍ମର ସୁଟିଂ ଆଗାମୀ ବର୍ଷ ଆରମ୍ଭ ହୋଇଯିବ ।

 

ଫିଲ୍ମ ପଟାଖା ବିଷୟରେ ଫିଲ୍ମର ନିର୍ଦ୍ଦେଶକ ଭିଶାଲ କହିଥିଲେ ଆମେ ୩୦ ଦିନରେ ଏହି ଫିଲ୍ମର ସୁଟିଂକୁ ଶେଷ କରିଛୁ । ପ୍ରଥମେ ଫିଲ୍ମର ଟାଇଟଲ ‘ଚୁରିୟା’ ରଖାଯାଇଥିଲା କିନ୍ତୁ ଲୋକେ ଏହାକୁ ‘ଚୁଡିୟା’ କହିବାକୁ ଏହାର ନାମକୁ ବଦଳାଇ ‘ପଟାଖା’ ରଖାଗଲା । ଫିଲ୍ମରେ ଭାରତ- ପାକିସ୍ତାନକୁ ଦୁଇ ଭଉଣୀ ଭାବରେ ଦର୍ଶାଯାଇଛି ଯେ ବିନା କାରଣରେ ଲଢିଥାନ୍ତି ।

କହିରଖୁଛୁ ଯେ ଫିଲ୍ମରେ ସୁନିଲ ଗ୍ରୋଭରଙ୍କ ସହିତ ଦଙ୍ଗଲ ଗର୍ଲ ସନ୍ୟା ମଲହୋତ୍ରା ଏବଂ ରାଧିକା ମଦାନ, ସାନନ୍ଦ ବର୍ମା ଏବଂ ବିଜୟ ରାଜ ପରି କଳାକାର ନଜର ଆସିବେ । ଫିଲ୍ମ ୨୮ ସିପ୍ଟେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More