Only for Entertainment

‘ଧନ୍ ଧନା ଧନ୍’ ସେଟରେ ଶିଳ୍ପା ଶିନେ୍ଧଙ୍କ ହାତ ମୋଡିଲେ ସୁନୀଲ, ତା ପରେ କ’ଣ ହେଲା ଜାଣନ୍ତୁ…

YouTube
0 82

ପପୁଲାର କମେଡିଆନ ସୁନୀଲ ଗ୍ରୋଭର ବର୍ତ୍ତମାନ ଶିଳ୍ପା ଶିନେ୍ଧଙ୍କ ସହିତ କମେଡି ଶୋ’ ‘ଜିଓ ଧନ ଧନା ଧନ’ରେ ନଜର ଆସୁଛନ୍ତି । ଦୁହିଁଙ୍କ ଖଙ୍କା ମିଠା କେମେଷ୍ଟ୍ରୀ ଲୋକଙ୍କୁ ଖୁବ ଏଣ୍ଟରଟେନ ମଧ୍ୟ କରୁଛି । କିନ୍ତୁ ନିକଟରେ ଶୋ’ର ସୁଟିଂ ସେଟରୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦୁହେଁ ହାତାହାତି ହୋଇଥିବା ନଜର ଆସିଛନ୍ତି । ଆପଣ ଭାବୁଥିବେ ଦୁହିଁଙ୍କ ମଧ୍ୟରେ ଏପରି କ’ଣ ହେଲା ଯେ ଦୁହେଁ ଝଗଡା ଏବଂ ମାରପିଟ୍ କରିବାକୁ ଲାଗିଲେ ।


ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଏହା ଅସଲି ନୁହେଁ ନକଲି ଝଗଡା । ଏହା ସୁଟିଂ ସମୟର ଭିଡିଓ ଯେଉଁଥିରେ ଦୁହିଁଙ୍କ ଝଗଡା କରିବାର ସିନକୁ ସୁଟ କରାଯାଉଥିଲା ।

ଶୋ’ରେ ଶିଳ୍ପା ସୁନୀଲଙ୍କ ପତ୍ନୀଙ୍କ ଭୂମିକାରେ ନଜର ଆସୁଛନ୍ତି । ଏହା ପୂର୍ବରୁ ସେ ‘ଭାବିଜୀ ଘର ପର ହେ’ରେ ଦେଶୀ ଲୁକରେ ଶିଳ୍ପା ନଜର ଆସିଥିବା ବେଳେ ଏହି ଶୋ’ରେ ସେ ଗ୍ଲାମରସ ଲୁକରେ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More