Only for Entertainment

କପିଲଙ୍କୁ ସୁନିଲ ଦେଲେ ଝଟକା,ପୁରୁଣା ଟିମ ସହିତ କମବ୍ୟାକ ।

aajtak
0 51

ଛୋଟ ପରଦାରେ କପିଲଙ୍କ କମବ୍ୟାକ ପରେ ସୁନିଲଙ୍କ ଶୋ’ର ଅପେକ୍ଷାରେ ଦର୍ଶକ । ସୂଚନା ଅନୁସାରେ ସୁନିଲ କ୍ରିକେଟ କମଡ଼େି ମାଧ୍ୟମରେ କପିଲଙ୍କୁ ଟକ୍କର ଦେବାକୁ ଆସୁଛନ୍ତି ।

କିଛି ଦିନ ହେବ ସୁନିଲଙ୍କ ଶୋ’ରେ ସିଲ୍ପା ସିନ୍ଦେ ଓ କପିଲ ଦେବ ଓ ବୀରେନ୍ଦ୍ର ସେହୱାଗ ଯୋଡ଼ି ହେବା କଥା ସାମ୍ନାକୁ ଆସିଥିଲା । ବର୍ତ୍ତମାନର ସୂଚନା ଅନୁସାରେ କପିଲଙ୍କ ପୁରୁଣା ସାଥି ଅଲି ଅସଗର ଓ ସୁଗନ୍ଧା ମିଶ୍ରା ମଧ୍ୟ ଯୋଡ଼ି ହେବାକୁ ଯାଉଛନ୍ତି । କପିଲଙ୍କ ଶୋ’ରେ ସିଦ୍ଧୁ ପାଜୀ ଏବଂ ଚନ୍ଦନ ମଧ୍ୟ ନଜର ଆସିବେ ବୋଲି ଦର୍ଶକ ଆଶା କରୁଥିଲେ । କିନ୍ତୁ ଏପର୍ଯ୍ୟନ୍ତ ପୁରୁଣା ବିବାଦର କୌଣସି ସମାଧାନ ହୋଇପାରି ନାହିଁ । ଏହି କାରଣ ପାଇଁ ହୁଏତ ପୁରୁଣା ସାଥି କପିଲଙ୍କ ଶୋ ଛାଡ଼ି ସୁନିଲଙ୍କ ଶୋ’ରେ ଯୋଗ ଦେଉଛନ୍ତି ।

ଆସୁଥିବା ଆଇପିଏଲକୁ ଆଖି ସାମ୍ନାରେ ରଖି ସୁନିଲଙ୍କ ଶୋ’ର ନାମ ଦନ ଦନା ଦନ ବୋଲି କୁହାଯାଉଛି । ଏହି ଶୋ’କୁ ଜିଓ ଆପରେ ଟେଲିକାଷ୍ଟ କରାଯିବ । ପ୍ରତି ଶୁକ୍ର ଓ ଶନିବାର ଦିନ ଶୋ ଟେଲିକାଷ୍ଟ ହେବ । ଏକ ମିଡିଆ ରିପୋର୍ଟ ଅନୁସାରେ ଏହା ପ୍ରଥମ ଥର ହେବଯେ କୌଣସି ଶୋ ଡିଜିଟାଲ ଟେଲିକାଷ୍ଟ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More