ରୁଟି ବେଲିବାରେ ମାହିର ବଲିଉଡର ଏହି ପପୁଲାର ଅଭିନେତା, ଟ୍ୟାଲେଣ୍ଟ ଦେଖିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ
ସାଧାରଣତଃ ଲୋକଙ୍କ ଧାରଣା ଥାଏ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ବଲିଉଡ ତାରକାମାନେ ଘର କାମ ଜାଣନ୍ତି ନାହିଁ । ରାନ୍ଧିବା ଠାରୁ ଆରମ୍ଭ କରି ଘରର ଛୋଟ ବଡ କାମ ନିଜେ କରୁନଥିବେ । କିନ୍ତୁ ଲୋକଙ୍କ ଏହି ଧାରଣାକୁ ଭୁଲ ପ୍ରମାଣିତ କରିଛନ୍ତି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ।
ସୁଶାନ୍ତ ଶନିବାର ଦିନ ଏକ ଭିଡିଓ ଅପଲୋଡ କରିଥିଲେ । ଭିଡିଓରେ ସେ ରୁଟି ବୋଲୁଥିବା ନଜର ଆସିଛନ୍ତି । ସୁଶାନ୍ତ ସିଂଙ୍କ ପରଫେକ୍ଟ ଗୋଲ ରୁଟି ଦେଖିଲେ ଆପଣ ମଧ୍ୟ ଆଶ୍ଟର୍ଯ୍ୟ ହୋଇଯିବେ ।
ସୁଶାନ୍ତଙ୍କ ଏହି ଭିଡିଓକୁ ୧୨ ଘଣ୍ଟାରେ ୬ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି । ଭିଡିଓଟି ଏକ ମିଲେଟ୍ରି କ୍ୟାଣ୍ଟିନର । ସୁଶାନ ରୁଟି ବେଲିବା ସହିତ ଜଣେ ମହିଳାଙ୍କ ସହିତ କଥା ହେଉଥିବା ଦେଖିବାକୁ ମିଳିଛି । ମହିଳା ଜଣଙ୍କ ଗୋଲ ରୁଟିର ରାଜ ପଚାରିବାରୁ ସେ କହିଛନ୍ତି, ‘ମୋତେ ଶିଖାଯାଇଛି ଯେ ଯଦି ୩୦ ବର୍ଷ ମଧ୍ୟରେ ବିବାହ ହୋଇଯାଏ ଏବଂ ଏହା ସବୁ ଆସେ ତେବେ ବାକି ଲାଇଫ ସରଳ ହୋଇଯିବ ।’
ଫିଲ୍ମ ବିଷୟରେ କହିବାକୁ ଗଲେ ସୁଶାନ୍ତ ଏବେ ‘ଡ୍ରାଇଭ’, ‘କେଦାରନାଥ’, ‘ସୋନି ଚିରୋୟା’ ଏବଂ ‘ଚନ୍ଦା ମାମା ଦୂର କେ’ରେ ବ୍ୟସ୍ତ ଅଛନ୍ତି ।