Only for Entertainment

ଗିରଫ ହେଲେ ତାମିଲର ଏହି ସୁପରଷ୍ଟାର ।

India Legal
32

ତାମିଲ ଫିଲ୍ମ ନିର୍ମାତା ପରିଷଦକୁ ଜୋର ଜବରଦସ୍ତ ପଶିବା ପାଇଁ ଚେଷ୍ଟା କରୁଥିବାରୁ ତାମିଲ ଫିଲ୍ମର ସୁପରଷ୍ଟାର ବିଶାଲ କ୍ରିଷ୍ଣାଙ୍କୁ ଗିରଫ କରାଯାଇଛି । ଏହାକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି । ବୁଧବାର ବିଶାଲଙ୍କ ଇସ୍ତଫା ଦାବି କରି ଜଣେ ପ୍ରଯୋଜକ ତାମିଲ ଫିଲ୍ମ ନିର୍ମାତା ପରିଷଦରେ ତାଲା ପକାଇ ଦେଇଥିବା ବେଳେ ଗୁରୁବାର ବିଶାଲ ଏହି ତାଲାକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ । ତାମିଲ ଫିଲ୍ମ ନିର୍ମାତା ପରିଷଦରେ ଥିବା ପ୍ରଯୋଜକମାନଙ୍କ ମଧ୍ୟରୁ କିଛି ପ୍ରଯୋଜକ ବିଶାଲଙ୍କ ବିରୋଧରେ ଅଭିଯୋଗ ଆଣି ତାଙ୍କୁ ଇସ୍ତଫା ଦେବା ପାଇଁ କହିଥିଲେ । କିନ୍ତୁ ବିଶାଲ ରାଜି ନ ହେବାରୁ ସେମାନେ ତାମିଲ ଫିଲ୍ମ ନିର୍ମାତା ପରିଷଦରେ ତାଲା ପକାଇ ଦେଇଥିଲେ ।

ସୂଚନା ମୁତାବକ, ତାମିଲ ଫିଲ୍ମ ନିର୍ମାତା ପରିଷଦ ରଖାଯାଇଥିବା ରାଶିକୁ ଭୁଲ ବାଟରେ ଖର୍ଚ୍ଚ କରାଯାଉଥିବା ବେଳେ ପ୍ରତିଶ୍ରୁତି ପୂରଣ ହୋଇ ପାରୁ ନାହିଁ ବୋଲି ଅଭିଯୋଗ କରିଥିଲେ । ଏହା ସହ ବିଶାଲ ତାମିଲ ଫିଲ୍ମ ନିର୍ମାତା ପରିଷଦର ଅଧ୍ୟକ୍ଷ ହୋଇଥିବାରୁ ତାଙ୍କୁ ଅଫିସ ଭିତରକୁ ନ ଆସିବା ପାଇଁ ବିରୋଧ କରି ତାଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ । ଏ ଖବର ପାଇଁ ବିଶାଲ ଏବଂ ତାଙ୍କ ସମର୍ଥକ ଗୁରୁବାର ସକାଳେ ତାମିଲ ଫିଲ୍ମ ନିର୍ମାତା ପରିଷଦରେ ପହଞ୍ଚି ପଡ଼ିଥିବା ତାଲାକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ, ଯାହା ପରେ ତାଙ୍କୁ ଗିରଫ କରାଯାଇଥିଲା

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More