Only for Entertainment

ରାଧାଙ୍କ ସହିତ ନୁହେଁ, ଭାରତର ଏହି ମନ୍ଦିରରେ ପତ୍ନୀ ରୁକ୍ମଣୀଙ୍କ ସହିତ ପୂଜା ପାଇଥାନ୍ତି ଭଗବାନ କୃଷ୍ଣ ।

flickr
0 41

କୃଷ୍ଣ ଭକ୍ତମାନଙ୍କ ପାଇଁ ଆଜିର ଦିନଟି ଖୁବ ଖାସ । ହେବନି ବା କେମିତି ଆଜିର ଦିନରେ ତ ଭଗବାନ କୃଷ୍ଣ ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ । ଏହି ପର୍ବ ପୁରା ଦେଶରେ ଆଡମ୍ବର ସହିତ ପାଳନ କରାଯାଇଥାଏ । ଏହି ଦିନରେ ଲୋକେ ଉପବାସ କରିବା ସହିତ କୃଷ୍ଣଙ୍କ ପ୍ରସିଦ୍ଧ ମନ୍ଦିରର ଦର୍ଶନ କରିଥାନ୍ତି । ତେବେ ଆପଣ ଦେଖିଥିବେ ଭାରତର ଅଧିକାଂଶ ମନ୍ଦିରରେ ଭଗବାନ କୃଷ୍ଣଙ୍କ ସହିତ ରାଧା ପୂଜା ପାଇଥାନ୍ତି । କିନ୍ତୁ ଆଜି ଆମେ ଏପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯେଉଁଠି ଭଗବାନ କୃଷ୍ଣଙ୍କ ସହିତ ତାଙ୍କ ପତ୍ନୀ ରୁକ୍ମଣୀ ପୂଜା ପାଇଥାନ୍ତି ।

dwarkadhish-temple

ଏହି ମନ୍ଦିରର ମଥୁରାର ପବିତ୍ର ଭୂମି ଉପରେ ଅବସ୍ଥିତ । ମଥୁରାରେ ଥିବା ଦ୍ୱାରିକାଧିଶ ମନ୍ଦିରରେ ଭଗବାନ କୃଷ୍ଣ ପତ୍ନୀ ରୁକ୍ମଣୀଙ୍କ ସହିତ ପୂଜା ପାଇଥାନ୍ତି । କହୁଯାଉଛି ଯେ ଏହି ମନ୍ଦିରରେ ଥିବା କୃଷ୍ଣଙ୍କର ମୂର୍ତ୍ତି ୨୫୦ ବର୍ଷ ପୁରୁଣା । ଗ୍ୱାଲିୟରରେ ଖୋଦନ ସମୟରେ ଏହି ମୂର୍ତ୍ତି ସିଙ୍ଘିୟା ଶାସନ କାଳର କୋଷାଧ୍ୟକ୍ଷ ଗୋକୁଳ ଦାସ ପାରେଖଙ୍କୁ ମିଳିଥିଲା ।

dwarkadhish-temple-ll

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦ୍ୱାରିକାଧିଶ ମନ୍ଦିରରେ ଭଗବାନ କୃଷ୍ଣଙ୍କର ୮ଟି ସ୍ୱରୂପ ରହିଛି । ପୁରା ଦିନରେ ୮ ଥର ଭଗବାନ କୃଷ୍ଣଙ୍କର ଦର୍ଶନ ପାଇଁ ପହଡ ଖୋଲିଥାଏ । ପ୍ରତ୍ୟେକ ଥର କୃଷ୍ଣଙ୍କର ଭିନ୍ନ ଭିନ୍ନ ସ୍ୱରୂପ ଦେଖିବାକୁ ମିଳିଥାଏ ।

lord-krishna-and-rukmani

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More