Only for Entertainment

‘ସଂସ୍କାରୀ’ ଚୋର ! ଚୋରି କରିବା ପରେ ପାପ ଧୋଇବା ପାଇଁ ଯାଏ ମନ୍ଦିର ।

techFlourish
29

ଚୋରି କରିବା ଏକ ଖରାପ କାମ । ଏକଥା ତ ସମସ୍ତେ ଜାଣିଛନ୍ତି । ଚୋରି କରୁଥିବା ଲୋକ ଏକଥା ବି ଭଲ ଭାବେ ଜାଣିଥାନ୍ତି । କିନ୍ତୁ ଚୋରି କରିବାରୁ ନିଜକୁ ରୋକି ପାରନ୍ତି ନାହିଁ । ତେବେ ଏଠାରେ ଆମେ ଏପରି ଏକ ଚୋର ବିଷୟରେ କାହୁଛୁ ଯେ ଅନ୍ୟ ମାନଙ୍କ ଠାରୁ ସାମାନ୍ୟ ଭିନ୍ନ ।

୨୪ବର୍ଷର ଏହି ହାଇଟେକ ଚୋର ପୁଲିସ ପାଇଁ ବଡ଼ ଅସୁବିଧା ସୃଷ୍ଟି କରୁଛି । ଏହି ଚୋର ଜଣଙ୍କ କିଛି ନିର୍ଦ୍ଦିଷ୍ଟ ନିୟମ ପାଳନ କରୁଛି । ୫୦ଲକ୍ଷରୁ ଅଧିକ ଟଙ୍କାର ଚୋରିରେ ସେ ସାମିଲ ରହୁଛି । ପ୍ରତି ଚୋରି ପରେ ପ୍ରଥମେ ମନ୍ଦିର ଯାଉଛି, ବିମାନ ଯାତ୍ରା ସହ ମହଙ୍ଗା ହୋଟେଲରେ ସମୟ କାଟୁଛି । ଚୋରି ସାମଗ୍ରୀକୁ ବେପାରବଟା କଲାପରେ ଫେରି ଯାଉଛି ନିଜ ଘରକୁ । ଏହି ଲୁଟେରାଙ୍କ ନାମ ଜୟନ୍ତି ଲାଲ୍ । ରାଜସ୍ତାନର ସେରଗଡର ଦେସୁରେ ରହୁଥିବା ଏହି ଚୋର ଚୋରି କରିବା ପରେ ପୀଡୀତଙ୍କୁ ଧମକ ଦେଇଥାଏ ଯେ, ମୋର ସମ୍ପର୍କ ଦାଉଦ ଇବ୍ରାହିମ ସହ ରହିଛି ।

ଗତ ୫ବର୍ଷ ମଧ୍ୟରେ ସୁରଟର ଅନେକ ବଡ଼ବଡ଼ ବ୍ୟବସାୟଙ୍କୁ ସେ ନିଜ ଟାର୍ଗେଟକୁ ନେଇସାରିଛି । ପୁଲିସର କହିବା ଅନୁସାରେ ଏଠାରେ ଅଧିକାଂଶ ରାଜସ୍ତାନର ଲୋକ ରହୁଥିଲା ବେଳେ ଜୟନ୍ତି ଲାଲ ନିଜେ ରାଜସ୍ତାନର ହୋଇଥିବାରୁ ସେମାନଙ୍କ ସହ ପାରିବାରିକ ସମ୍ପର୍କ ସୃଷ୍ଟି କରିଥାଏ । ପରେ ସେମାନଙ୍କୁ ହିଁ ଟାର୍ଗେଟ କରିଥାଏ । ଛୋଟମୋଟ ଚୋରି ଠାରୁ ନିଜକୁ ଦୂରେଇ ରଖୁଥିବା ଜୟନ୍ତି ଲାଲ ମହଙ୍ଗା ହୋଟେଲରେ ଏବଂ ବିମାନରେ ବୁଲିବାକୁ ପସନ୍ଦ କରିଥାଏ । ଗତ କିଛିମାସ ତଳେ ତାକୁ ଏକ ବିମାନ ବନ୍ଦରରୁ ଗିରଫ କରାଯାଇଥିଲା । ଜେଲରୁ ଫେରିବା ପରେ ଏବେ ସେ ପୁଣି ଚୋରି କରିବା ଆରମ୍ଭ କରିଦେଇଛି । ଖୁବ ଶୀଘ୍ର ତାକୁ ଆମେ ଗିରଫ କରିବୁ ବୋଲି ଯୋଜନା କରିଛୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More