Only for Entertainment

ୟୁ-ଟ୍ୟୁବରେ ସବୁଠାରୁ ଅଧିକ ଦେଖାଯାଇଥିବା ପ୍ରଥମ ଭାରତୀୟ ଭିଡିଓ ହେଲା ‘ଠଗ ରାଞ୍ଝା’, ୨ ଦିନରେ ମିଳିଲା ୭.୨ ମିଲିୟନ ଭ୍ୟୁଜ

NDTV Khabar
0 93

ସିଙ୍ଗର ଅକ୍ସାଙ୍କ ପ୍ରଥମ ପପ ଗୀତ ‘ଠଗ ରାଞ୍ଝା’ ରିରିଜ ହେବା ସହିତ ୟୁ-ଟ୍ୟୁବରେ ଧୁମ ମଚାଇଛି । ଅକ୍ସାଙ୍କ ଏହି ଗୀତ ୟୁ-ଟ୍ୟୁବରେ ପୁରା ଦୁନିଆରେ ସବୁଠାରୁ ଅଧିକ ଦେଖାଯାଇଥିବା ପ୍ରଥମ ଭାରତୀୟ ଭିଡିଓରେ ପରିଣତ ହୋଇଛି । ଦୁଇ ଦିନ ପୂର୍ବରୁ ରିଲିଜ ହୋଇଥିବା ଏହି ଗୀତକୁ ବର୍ତ୍ତମାନ ସୁଦ୍ଧା ୭.୨ ମିଲିୟନରୁ ଅଧିକ ଭ୍ୟୁଜ ମିଳିସାରିଛି ।

ଏହାକୁ ନେଇ ଅକ୍ସା ନିଜ ବୟାନରେ କହିଛନ୍ତି ‘ଏହା ଏକ ଡ୍ରିମ ଡେବ୍ୟୁ । ଯେଉଁମାନେ ଏହି ଗୀତକୁ ଶୁଣିଛନ୍ତି ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।’ ଅକ୍ସା ନିଜର ଏହି ସଫଳତାର ଖୁସିକୁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି ।

‘ଠଗ ରାଞ୍ଝା’କୁ ୱାୟୁ ଲେଖିବା ସହିତ କମ୍ପୋଜ ମଧ୍ୟ କରିଛନ୍ତି । ଏହି ମ୍ୟୁଜିକ ଭିଡିଓରେ ଅକ୍ସା ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି । ଏହା ସହିତ ଭିଡିଓରେ ପରେଶ ପାହୁଜା ମଧ୍ୟ ନଜର ଆସିଛନ୍ତି ।
ଦେଖନ୍ତୁ ଭିଡିଓ…

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More