Only for Entertainment

କାହିଁକି ବାହାରେ ଥାଇରଏଡ ସମସ୍ୟା? କିଭଳି ପାଇବେ ମୁକ୍ତି

253

ଥାଇରଏଡ ହାର୍ଟ, ମାଂସପେଶୀ, ହାଡ ଏବଂ କୋଲେଷ୍ଟ୍ରଲକୁ  ପ୍ରଭାବିତ କରିଥାଏ । ଏହାଦ୍ୱାରା ଓଜନ ହ୍ରାସ ହେବା,ଗରମ ସହିନପାରିବା, ଠିକ୍ ସେ ନିଦ ନହେବା, ଶୋଷ ଲାଗିବା, ଅତ୍ୟଧିକ ଝାଳ ବୋହିବା, ହାତ ଥରିବା, ଦୁର୍ବଳ ଲାଗିବା, ଚିନ୍ତା ଆଦି ଏହାର ପ୍ରମୁଖ ଲକ୍ଷଣ ।

ଏହା କେବଳ ଏକ ବଢିଥିବା ଗ୍ରନ୍ଥି ଯେଉଁଥିରେ ଥାଇରଏଡ ହମୋନ୍ ହେବାର କ୍ଷମତା କମ ହୋଇଥାଏ । ସୋୟା ପ୍ରୋଟିନ୍, କ୍ୟାପସୁଲ ଏବଂ ପାଉଡର ଭାବେ ସୋୟା ଉତ୍ପାଦର ଜରୁରୀ ଠାରୁ ଅଧିକ ପ୍ରୟୋଗ କରିବା ଥାଇରଏଡର କାରଣ ହୋଇଥାଏ ।ବେଳେ ବେଳେ ଔଷଧର ସାଇଡ୍ ଇଫେକ୍ଟ ବି ଥାଇରଏଡର କାରଣ ହୋଇଥାଏ ।

ଥାଇରଏଡ ସମସ୍ୟା ପିଟଚ୍ୟୁଟରୀ ଗ୍ରନ୍ଥି ପାଇଁ ମଧ୍ୟ ହୋଇଥାଏ । କାରଣ ଏହି ଗ୍ରନ୍ଥି ହରମୋନ ଉତ୍ପାଦନ କରିବାର ସଂକେତ ଦେବାରେ ସକ୍ଷମ ହୋଇନଥାଏ ।

ଖାଦ୍ୟରେ ଆୟୋଡିନ୍ ଅଭାବ ବା ଅଧିକ ମାତ୍ରାରେ ଆୟୋଜିନ ରହିବା ବି ଥାଇରଏଡକୁ ବୃଦ୍ଧି କରାଇଥାଏ ।

ଗଳା, ଚେଷ୍ଟ ବିକିରଣ ଥେରାପି, ଟନସିଲ୍, ଲିମ୍ଫ ନୋଡସ୍ , ଥାଇମସ୍ ଗ୍ରନ୍ଥିର ସମସ୍ୟା ହିଁ ଥାଇରଏର ମୂଳ କାରଣ ।

ଏହାବ୍ୟତିତ ଚିନ୍ତାଗ୍ରସ୍ତ ପାଇଁ ବି ଥାଇରଏଡ ହୋଇପାରେ । କାରଣ ଚିନ୍ତା ଅଧିକ ହେବା ଦ୍ୱାରା ଏହାର ପ୍ରଭାବ ଥାଇରଏଡ୍ ଗ୍ରନ୍ଥି ଉପରେ ପଡିଥାଏ ।

ଥାଇରଏଡର ଏକ ଆନୁବଂଶିକ କାରଣ ବି ରହିଛି , ଯଦି ଆପଣଙ୍କ ପରିବାରରେ କୌଣସି ବ୍ୟକ୍ତିଙ୍କର ଏହି ସମସ୍ୟା ଥାଏ ତେବେ ଥାଇରଏଡ ହେବାର ସମ୍ଭାବନା ଅଧିକ ଥାଏ । ଏହା ସବୁଠାରୁ ମୁଖ୍ୟ କାରଣ ।

 

ଫେଶୀ କୁ ଗୁଣ୍ଡ କରି ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ । ସେହି ଚୂର୍ଣ୍ଣକୁ ପ୍ରତିଦିନ ସକାଳୁ ଖାଲି ପେଟରେ ସେବନ କରିବା ଦ୍ୱାରା ଥାଇରଏଡରୁ ଆରାମ ମିଳିଥାଏ ।

ଥାଇରଏଡ ସମସ୍ୟାରେ ନଡିଆ ତେଲ ବି ଫାଇଦା ହୋଇଥାଏ । ସେଥିପାଇଁ ଏକରୁ ଦୁଇ ଚାମଚ ନଡିଆ ତେଲକୁ ଉଷୁମ କରି ଖୀରସହ ଖାଲି ପେଟରେ ସେବନ କଲେ ଲାଭ ହୋଇଥାଏ ।

ଥାଇରଏଡ ଦୂର କରିବା ପାଇଁ ଅଶ୍ୱଗନ୍ଧା ଚୂର୍ଣ୍ଣରେ ମହୁ ମିଶାଇ ସକାଳେ ଏବଂ ସନ୍ଧ୍ୟାରେ ସେବନ କରନ୍ତୁ ।

ଖାଦ୍ୟରେ ଡାଲଚିନି, ଅଦା,ରସୁଣ, ଧଳା ପିଆଜ, ଏବଂ ଷ୍ଟ୍ରପେରୀ ଚୋପାର ସେବନ ବଢାଇ ଦିଅନ୍ତୁ । ଏହି ରୋଗୀଙ୍କ ପାଇଁ ଖାଦ୍ୟରେ ନଡିଆ ତେଲ ବ୍ୟବହାର କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More