Only for Entertainment

ଶେୟାର ହେଉ ହେଉ ଭାଇରାଲ ହେଲା ଟାଇଗରଙ୍କ ଭିଡିଓ, ଏଭଳି ଦେଉଛନ୍ତି ବରୁଣଙ୍କୁ ଟକ୍କର !

khabar NDTV
0 48

ଏଥିରେ କୌଣସି ସନ୍ଦେହ ନାହିଁ ଯେ ବଲିଉଡ ଜଗତରେ ଟାଇଗର ଜଣେ ଭଲ ଡ୍ୟାନ୍ସର ବୋଲି । ଅଭିନୟ ସହ ନିଜ ଡ୍ୟାନ୍ସ ସ୍କିଲ୍ସରେ ଦର୍ଶକଙ୍କ ମନ ଜିତିଛନ୍ତି ଟାଇଗର ଶ୍ରଫ । ଅନେକ ସମୟରେ ଟାଇଗର ସୋସିଆଲ ମିଡିଆରେ ତାଙ୍କର ଡ୍ୟାନ୍ସ ଭିଡିଓ ସେୟାର କରନ୍ତି । ବୁଧବାର ସେ ଏକ ଏଭଳି ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁତିରେ ସେ ବରୁଣ ଧୱନଙ୍କୁ ଟକ୍କର ଦେଇଥିବାର ନଜର ଆସିଛନ୍ତି । ଟାଇଗରଙ୍କର ଏହି ଭିଡିଓ ଇନଷ୍ଟାଗ୍ରାମରେ ଦୃତ ବେଗରେ ଭାଇରାଲ ହେବାରେ ଲାଗିଛି । ଗୋଟେ ଘଂଟାରେ ସେୟାର କରାଯାଇଥିବା ଭିଡିଓ ଏବେ ୨ଲକ୍ଷ ଥର ଦେଖା ଯାଇ ସାରିଲାଣି ।

ଏହି ଭିଡିଓରେ ଟାଇଗର ଶ୍ରଫଙ୍କ ଶାନଦାର ଡ୍ୟାନ୍ସ ମୁଭ ଦେଖିବାକୁ ମିଳିଛି । ତାଙ୍କ ଡ୍ୟାନ୍ସର ଯେତେ ପ୍ରଶଂସା କଲେ ମଧ୍ୟ କମ । ଟାଇଗର ବରୁଣଙ୍କ ଫିଲ୍ମ ଜୁଡୱା ଗୀତରେ ନିଜର ଡ୍ୟାନ୍ସ ଜଲୱା ଦେଖାଇଛନ୍ତି ଯାହା ଖୁବ ମଜାଦାର ହୋଇଛି ।
ଏଠାରେ ଆମେ ଜଣାଇ ରଖୁଛୁ ଯେ ଟାଇଗର ଧର୍ମା ପ୍ରଡକ୍ସନର ଫିଲ୍ମ ‘ଷ୍ଟୁଡେଂଟ ଅଫ ଦ ଇୟର୨’ର ସୁଟିଂ ଡେରାଡୁନରେ ପୂରା କରି ଫେରିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ପୁନୀତ ମଲହୋତ୍ରା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More