Only for Entertainment

ପେଟ କମାଇବା ପାଇଁ ଆପଣାନ୍ତୁ ଏହି ସମସ୍ତ ଉପାୟ !

170

ଭିତରକୁ ପଶି ରହିଥିବା ପେଟ ସୁନ୍ଦର ସ୍ବାସ୍ଥ୍ୟର ସଙ୍କେତ ମଧ୍ୟ ଦେଇଥାଏ। ବ୍ୟକ୍ତି ଉତ୍ତମ ଜୀବନଶୈଳୀ ଅବଲମ୍ବନ କରୁଛି କି ନାହିଁ, ତାହା ଏଥିରୁ ଜଣାପଡ଼ିଯାଏ। ପେଟ ପାଖରେ ଚର୍ବି ଜମିବା ଫଳରେ ହାଇ କୋଲେଷ୍ଟ୍ରୋଲ, ମଧୁମେହ ଏବଂ ହୃଦରୋଗ ଭଳି ସମସ୍ୟା ଦେଖାଯାଇଥାଏ। ବିଶେଷ କରି ଫିଟ୍‌ ରହିବା ତଥା ସୁନ୍ଦର ପେଟ ପାଇଁ ନିଜ ଭୋଜନରେ କିଛି ବିଶେଷ ଖାଦ୍ୟ ସାମିଲ କରିବା ଦରକାର। ଏଠାରେ ଏପରି କିଛି ଟିପ୍‌ସ ଦିଆଯାଇଛି, ଯାହାକୁ  ଜୀବନଶୈଳୀରେ ସାମିଲ କରି ଆପଣ ନିଜ ପୃଥୁଳାକାର ପେଟରୁ ଚର୍ବି କମ୍‌ କରିପାରିବେ।

ଖାଦ୍ୟରେ ସାମିଲ କରନ୍ତୁ ଫାଇବର
ସୁସ୍ଥ ରହିବା ପାଇଁ ସନ୍ତୁଳିତ ଖାଦ୍ୟର ଆବଶ୍ୟକତା ରହିଛି। ସମସ୍ତେ ନିଜ ଖାଦ୍ୟରେ ପ୍ରୋଟିନ୍‌, ଭିଟାମିନ୍‌, କାର୍ବୋହାଇଡ୍ରେଟ୍‌ ଆଦି ସାମିଲ କରନ୍ତି। ମାତ୍ର ଫାଇବର ସାମିଲ କରିବା ପାଇଁ ଭୁଲି ଯାଆନ୍ତି। ପେଟରୁ ଚର୍ବି କମ୍‌ କରିବା ଲାଗି ଫାଇବର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ଶରୀରରେ ମେଟାବୋଲିଜମ୍‌ ବୃଦ୍ଧି କରିବା ସହ ଉତ୍ତମ ବାକ୍ଟେରିଆ ଉତ୍ପନ୍ନ କରିଥାଏ।

ବାଦାମ ଖାଆନ୍ତୁ
ଡ୍ରାଏ ଫ୍ରୁଟ୍‌ ବିଶେଷ କରି ବାଦାମ ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ। ନିଜ ଖାଦ୍ୟରୁ ଜଙ୍କ ଫୁଡ୍‌ ହଟାଇ ବାଦାମ ଖାଆନ୍ତୁ। ବାଦାମ ଖାଇବା ଦ୍ବାରା ମେଟାବୋଲିଜମ୍‌ ବଢ଼ିବା ସହ ଆପଣଙ୍କ ଶରୀରରୁ ଫ୍ୟାଟ୍‌ କମାଇବାରେ ସହାୟତା କରିଥାଏ।

ଚିନିଠାରୁ ଦୂରେଇ ରହନ୍ତୁ
ଅତ୍ୟଧିକ ଚିନି କିମ୍ବା ମିଠା ଖାଆନ୍ତୁ ନାହିଁ। ପେଟ ବାହାରୁଥିବା ଲୋକଙ୍କ ପାଇଁ ମିଠା ବହୁତ କ୍ଷତିକାରକ। ମୃଦୁ ପାନୀୟ, ମିଠା ଓ ଅନ୍ୟ ମିଠା ପାନୀୟରେ ପ୍ରଚୁର ପରିମାଣର କ୍ୟାଲୋରି ରହଥାଏ। ଯାହା ଶରୀରରେ ଚର୍ବି ଜମାଇବାରେ ସହାୟକ ହୋଇଥାଏ। ତେଣୁ ମିଠାଠାରୁ ଯେତେ ସମ୍ଭବ ଦୂରେଇ ରହିବା ଉଚିତ। ଡାଏଟ୍‌ରେ ମିଠା ସାମିଲ କରିବା ଫଳରେ ରକ୍ତରେ ଶର୍କରା ସ୍ତର ବଢ଼ିବା ସହ ଚର୍ବି ବଢ଼ିଯାଏ।

ଠିକ୍‌ ସମୟରେ ଖାଆନ୍ତୁ
ଚର୍ବି ବଢ଼ିବା ପାଇଁ ଖାଦ୍ୟ  କେବଳ ଏକ ମାଧ୍ୟମ ନୁହେଁ। ଠିକ୍‌ ସମୟରେ ଠିକ୍‌ ପରିମାଣରେ ନ ଖାଇବା ମଧ୍ୟ ଏହାର ଏକ ବଡ଼ କାରଣ। ଏକା ସାଙ୍ଗରେ ପେଟ ପୂରା ଖାଦ୍ୟ ନ ଖାଇ, ଅଳ୍ପ ଅଳ୍ପ କରି ଖାଆନ୍ତୁ। ବାହାରେ ହୋଟେଲ କିମ୍ବା ରେସ୍ତୋରାଁରେ ନ ଖାଇ ଘରେ ନିଜେ ରୋଷେଇ କରି ଖାଆନ୍ତୁ। ବେଳେବେଳେ ଅନେକ ଲୋକ ଖାଇବାକୁ ସମୟ ମିଳୁନି କହି ଖାଇ ନ ଥାନ୍ତି। ଏମିତି କରିବା ଦ୍ବାରା ଶରୀରରେ କୋର୍‌ଟିଶୋଲ୍‌ ସ୍ତର ବଢ଼ାଇଥାଏ। ଯାହାଫଳରେ ଭୋକ ବଢ଼ିବା ସହ ଶରୀରରେ ବିଶେଷ କରି ପେଟରେ ଚର୍ବି ଜମାଇଥାଏ। ଏହା ସହ ଠିକ୍‌ ସମୟରେ ଶୋଇବା ଓ ଠିକ୍‌ ସମୟରେ ଉଠିବା ମଧ୍ୟ ଦରକାର। ଅଧିକ ନିଦ ଓ କମ୍‌ ନିଦ ମଧ୍ୟ ପେଟ ବଢ଼ିବାର ଆଉ ଏକ କାରଣ ହୋଇପାରେ।

ଓଜନ କମ୍‌ କରିବା ପାଇଁ ନିଅନ୍ତୁ ପ୍ରଶିକ୍ଷଣ

କେବଳ କାର୍ଡିଓ ଏକ୍ସରସାଇଜ୍‌ କରିଲେ, ପେଟରେ ଜମିଥିବା ଚର୍ବି କମ୍‌ ହୋଇଯିବନି। ଏଥିପାଇଁ ଓଜନ କମ କରିବାକୁ ପ୍ରଶିକ୍ଷଣ ନେବା ଉଚିତ। ତେଣୁ ଜିମ୍ ଯାଇ ବିଶେଷଜ୍ଞଙ୍କ ସହାୟତାରେ ଓଜନ କମାଇବା ପାଇଁ ବିଶେଷ ପ୍ରକାର ବ୍ୟାୟାମ କରନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More