Only for Entertainment

କାଜଲ କିଣୁଛନ୍ତି କି ? ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।

Health Love
0 35

କାଜଲ ଆଖିର ସୁନ୍ଦରତା ବଢାଇଥାଏ। କାଜଲକୁ କେବଳ ମେକଅପ ସହ ନ ଲଗାଇ ମଧ୍ୟ ଆଖିରେ ସେମିତି ଲଗାଇ ପାରିବା। ଏହା ଲଗାଇବା ଦ୍ୱାରା ଆଖିର ସୁନ୍ଦରତା ଅନେକ ମାତ୍ରାରେ ବଢିଯାଇଥାଏ। ବର୍ତ୍ତମାନ ବଜାରରେ କଳା ରଙ୍ଗ ନୁହେଁ ବରଂ ଅନେକ ଭିନ୍ନ ଭିନ୍ନ ରଙ୍ଗର କାଜଲ ଉପଲବ୍ଧ। ବଜାରରେ ମିଳୁଥିବା ଅନେକ କମ୍ପାନୀର କାଜଲ ମଧ୍ୟରୁ ସର୍ବଦା ଭଲ ଦେଖି କିଣିବା ଉଚିତ। ଖରାପ କାଜଲ ଲଗାଇବା ଦ୍ୱାରା ଆଖି ଉପରେ ତାର କୁପ୍ରଭାବ ପଡିଥାଏ। କାଜଲ କିଣିବା ବେଳେ କିଛି ଦିଗ ପ୍ରତି ଧ୍ୟାନ ଦେବା ଉଚିତ ..

ଶସ୍ତା କାଜଲ:
କାଜଲ ଆଖିର ସବୁଠାରୁ ପାଖରେ ଲଗାଇଥାଉ। ଏମିତିରେ କେବେ ବି ଶସ୍ତା କାଜଲ କିଣନ୍ତୁ ନାହିଁ। ସବୁବେଳେ ଭଲ କମ୍ପାନୀର କାଜଲ ବ୍ୟବହାର କରନ୍ତୁ। ଶସ୍ତା କାଜଲ ଲଗାଇବା ଦ୍ୱାରା ଆଖିର କ୍ଷତି ହୋଇଥାଏ।କାଜଲ କିଣିବା ବେଳେ ଧ୍ୟାନ ଦିଅନ୍ତୁ:
କାଜଲର ପେନସିଲ କିଣିବା ବେଳେ ସର୍ବଦା ମୋଟା ଓ ପତଳା ଦେଖି କିଣନ୍ତୁ। ଆପଣ ଉପରେ କେଉଁ କାଜଲ ମାନିବ ତାହା ପରଖି କିଣନ୍ତୁ। ମୋଟା ପେନସିଲ କାଜଲ ଲଗାଇବା ସହଜ କିନ୍ତୁ ଏହା ଲଗାଇବା ପରେ ତାହା ଆଖି ଚାରିପଟେ ବ୍ୟାପିଯାଇଥାଏ। ସେହିପରି ପତଳା ପେନସିଲ କାଜଲ ଲଗାଇବାକୁ କିଛି ସମୟ ଲାଗିଥାଏ।

ଲିକ୍ୱିଡ୍‍ କାଜଲ:
ବଜାରରେ ଅନେକ ଲିକ୍ୱିଡ୍‍ କାଜଲ ମିଳୁଥିବାର ଆମେ ଦେଖିଛୁ। ଏହାକୁ ଲଗାଇବା ବେଳେ ପ୍ରଥମେ ତାର ବ୍ରଶ, ତାହାର ମାନ ପରୀକ୍ଷଣ ଓ କାଜଲ ଠିକ ଅଛି କି ନାହିଁ ସର୍ବଦା ପରୀକ୍ଷା କରି କିଣିବା ଉଚିତ। ଆପଣଙ୍କ ଆଖିକୁ ମାନିବା ପରି କାଜଲ କିଣନ୍ତୁ।ଏପରି

କାଜଲ ଲଗାନ୍ତୁ ନାହିଁ:
କାଜଲ ଲଗାଇବା ପରେ ଯଦି ଆଖି କୁଣ୍ଡାଇ ହୁଏ କିମ୍ବା ପୋଡେ ତେବେ ସଙ୍ଗେ ସଙ୍ଗେ ଧୋଇ ଦିଅନ୍ତୁ। ଯଦି ପାଣିରେ ଆଖି ଧୋଇବା ପରେ ମଧ୍ୟ ଅସୁବିଧା ହୋଇଥାଏ ତେବେ ସଙ୍ଗେ ସଙ୍ଗେ ଡାକ୍ତର ପାଖକୁ ଯାଆନ୍ତୁ। ସେହି କାଜଲ ଆଉ ବ୍ୟବହାର କରନ୍ତୁ ନାହିଁ।
କାଜଲ କିଣିବା ବେଳେ ସର୍ବଦା ବ୍ୟବହାର କରିବାର ଶେଷ ତାରିଖ ଦେଖି କିଣନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More