Only for Entertainment

ବର୍ଷାଦିନେ କିପରି ନେବେ ଫର୍ଣ୍ଣିଚରର ଯତ୍ନ ଆସନ୍ତୁ ଜାଣିବା

steelcase
0 45

ବର୍ଷା ଦିନେ ଘରର ଆସବାବପତ୍ର ଏବଂ ଫର୍ଣ୍ଣିଚରକୁ ଭଲ ଭାବେ ସଫା ରଖିବା ଆବଶ୍ୟକ । ତେବେ ବର୍ଷାଦିନେ କପିରି ନେବେ ଫର୍ଣ୍ଣିଚରର ଯତ୍ନ ଆସନ୍ତୁ ଜାଣିବା ।

  • କାଠ ପର୍ଣ୍ଣିଚରକୁ କବାଟ, ଝରକାଠାରୁ ଦୂରେଇ ରଖନ୍ତୁ। ଯାହାଫଳରେ ଏହା ବର୍ଷା ପାଣି ସଂସ୍ପର୍ଶରେ ଆସିବ ନାହିଁ।
  • ଫର୍ଣ୍ଣିଚରକୁ ନିୟମିତ ବ୍ୟବଧାନରେ ପଲିସିଂ କଲେ ଏହା ମଜବୁତ ହେବା ସହ ଏହାର ଚମକ ଆସିଥାଏ। ପଲିସିଂ କରିବା ଦ୍ବାରା ଏହା ଅଧିକ ଦିନ ଯାଏଁ ମଧ୍ୟ ଲାଷ୍ଟିଂ କରିଥାଏ। ତେଣୁ ପ୍ରତ୍ୟେକ ଦୁଇ ବର୍ଷରେ ଥରେ ଫର୍ଣ୍ଣଚରରେ ଲାଖ କିମ୍ବା ବାର୍ନିଶର କୋଟ୍‌ ଦେଇପାରିବେ।
  • ଛୋଟ ଛୋଟ ଫର୍ଣ୍ଣିଚର ପାଇଁ ଲାଖର ସ୍ଫ୍ରେ ସହଜରେ ବ୍ୟବହାର କରିପାରିବେ। ଯାହା ପାଖ ହାର୍ଡୱେୟାର ଦୋକାନରେ ସହଜରେ ମିଳିଯିବ।
  • ଫର୍ଣ୍ଣିଚରର ଗୋଡ଼ ଓଦା ହେବାରୁ ବଞ୍ଚିବା ଲାଗି ଏଥିରେ ୱାଶର ଲଗାନ୍ତୁ।
  • ଘର ସଫା ରଖନ୍ତୁ। ଯାହାଫଳରେ ଘରର ଆର୍ଦ୍ରତା ସଠିକ ମାତ୍ରାରେ ରହିବ। ଏୟାର କଣ୍ଡିସନରେ ମଧ୍ୟ ଘରକୁ ଥଣ୍ଡା ରଖି ଆଦ୍ରତା ସ୍ତର ବୃଦ୍ଧିକୁ ରୋକାଯାଇପାରିବ।
  • କାଠ ଫର୍ଣ୍ଣିଚର ସଫା କରିବା ଲାଗି ଓଦା କପଡ଼ା ବ୍ୟବହାର କରନ୍ତୁ ନାହିଁ। ଫର୍ଣ୍ଣିଚର ସଫା କରିବା ଲାଗି ଶୁଖିଲା ଓ ସଫା କପଡ଼ା ବ୍ୟବହାର କରିପାରିବେ।
  • ବର୍ଷାଦିନେ କବାଟ ଏବଂ ଝରକା ବର୍ଷା ପାଣିରେ ଓଦା ହେବା ଫଳରେ ଫୁଲିଯାଏ। ଯାହାଫଳରେ କବାଟ କିମ୍ବା ଝରକା ଖୋଲିବା ଏବଂ ବନ୍ଦ କରିବା କଷ୍ଟସାଧ୍ୟ ହୋଇଥାଏ। ତେଣୁ ଅଏଲିଂ ଏବଂ ୱାକ୍ସିଂ କରି ଏହାକୁ ରୋକାଯାଇପାରିବ।
  • ବର୍ଷାଦିନେ ଘରର ମରାମତି କିମ୍ବା ସୌନ୍ଦର୍ଯ୍ୟକରଣ କାମ କରିବାରୁ ନିବୃତ ରହନ୍ତୁ। ଏହି ସମୟରେ ଆଦ୍ରତାରେ ସ୍ତର ବହୁତ ଥାଏ। ତେଣୁ ପେଣ୍ଟିଂ ଓ ପଲିସିଂ କାମ ଠିକ୍‌ ଭାବେ ହୋଇପାରି ନ ଥାଏ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More