Only for Entertainment

‘ନାନୁ କି ଜାନୁ’ର ଟ୍ରେଲର ରିଲିଜ,ପୁଣିଥରେ ଦେଖିବାକୁ ମିଳିବ ଭୂତୁଣୀର ଟ୍ୱିଷ୍ଟ ।

aajtak
0 40

ଅଭୟ ଦେଓଲ ଏବଂ ପତ୍ରଲେଖାଙ୍କ ଅଭିନୀତ ଫିଲ୍ମ ‘ନାନୁ କି ଜାନୁ’ର ଟ୍ରେଲର ରିଲିଜ ହୋଇସାରିଛି । ଫିଲ୍ମଟି ଭୟ ଏବଂ କମେଡ଼ିର ଏକ ନିଆରା ମିଶ୍ରଣ । ଟ୍ରେଲର ଦେଖି ଜଣାପଡ଼ୁଛି ଅଭୟ ଯେଉଁଘରେ ରହୁଛନ୍ତି ତାହା ଉପରେ ଏକ ଭୂତୂଣୀର ପ୍ରଭାବ ପଡ଼ିଛି । ସେ ଅଭୟଙ୍କ ଘରକୁ ସଫାସୁତୁରା ମଧ୍ୟ କରୁଛି । ତେବେ ଫିଲ୍ମର ପୋଷ୍ଟର ଦେଖି ଜଣାପଡ଼ୁୂଛି ପତ୍ରଲେଖା ଭୂତୂଣୀ ଚରିତ୍ରରେ ଅଭିନୟ କରୁଛନ୍ତି ।

ଅଭୟ ଫିଲ୍ମର ଗୁଣ୍ଡା ଚରିତ୍ରରେ ନଜର ଆସିବେ । ଫିଲ୍ମରେ ହରିୟାଣୀ ନର୍ତ୍ତକୀ ସପ୍ନା ଚୌଧରୀଙ୍କର ଆଇଟମ ଗୀତ ମଧ୍ୟ ରହିଛି । ଫିଲ୍ମଟି ଫରାଜ ହାଇଦରଙ୍କ ଦ୍ୱାରା ନିର୍ଦ୍ଦେଶିତ ହେଉଛି । ପତ୍ରଲେଖାଙ୍କ ସହିତ ଅଭୟଙ୍କର ଏହା ହେଉଛି ପ୍ରଥମ ଫିଲ୍ମ । ଏହା ବ୍ୟତୀତ ଅଭୟ ହାପି ଭାଗ ଜାଏଗୀର ସିକ୍ୱଲରେ ମଧ୍ୟ ନଜର ଆସିବେ । ଫିଲ୍ମଟି ଏପ୍ରିଲ ୨୦ରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More