Only for Entertainment

ଲାଲ୍ ପରିବର୍ତ୍ତେ ବିବାହ ପାଇଁ ବାଝନ୍ତୁ ଏହି ରଙ୍ଗର ଲେହେଙ୍ଗା ।

lehengaworld
0 52

ବିବାହକୁ ଖାସ କରିବା ପାଇଁ ସମସ୍ତ ଚାହିଁଥାନ୍ତି । ସେଥିପାଇଁ ପୋଷାକ ଠାରୁ ଆରମ୍ଭ କରି ଜୋତା ପର୍ଯ୍ୟନ୍ତ ସମସ୍ତେ ବିଶେଷ ଧ୍ୟାନ ଦେଇଥାନ୍ତି । ସାଧାରଣତଃ ବିବାହ ସମୟରେ ଅଧିକାଂଶ ମହିଳା ଲାଲ୍ ରଙ୍ଗକୁ ପସନ୍ଦ କରିଥା’ନ୍ତି। ଆପଣ ଚାହିଁଲେ ଏହା ବଦଳରେ ଅନ୍ୟ କିଛି ରଙ୍ଗକୁ ବି ବ୍ରାଇଡାଲ୍ କଲର ଭାବେ ବାଛିପାରିବେ। ଜାଣନ୍ତୁ ସେ ସମ୍ପର୍କରେ…

ମିଡନାଇଟ ବ୍ଲୁ :
ଏହି କଲର ବ୍ରାଇଡାଲ୍ ଗେଟ୍ଅପକୁ ରୟାଲ ଲୁକ୍ ଦେଇଥାଏ। ଏଥିରେ ଆପଣ ଗୋଲ୍ଡ ଏବଂ ସିଲଭର ଉଭୟ କଲର ମ୍ୟାଚ୍ କରି ପିନ୍ଧିପାରିବେ। ଏହା ବ୍ୟତୀତ ଏହି ରଙ୍ଗ ସହ ଧଳା, ଲାଲ୍, କମଳା, ଗୋଲାପୀ ଏବଂ କ୍ରିମ୍ କଲର ମଧ୍ୟ ମାନିଥାଏ।

ଗୋଲାପୀ:
ବିବାହ ପାଇଁ ଗୋଲାପୀ କଲରର ପେଷ୍ଟାଲ୍ ଶେଡ୍ରୁ ନିୟାନ୍ ଶେଡ୍ ପର୍ୟ୍ୟନ୍ତ ଡିମାଣ୍ଡ୍ ରହିଛି। ଏହି କଲରର ଗାଢ଼ ଶେଡ୍ ଉପରେ ସିଲ୍ଭର ଜୁଏଲେରି ମ୍ୟାଚ୍ କରିଥାଏ। ଗୋଲାପୀର ହାଲୁକା ଶେଡ୍ ଉପରେ ଗୋଲ୍ଡ ଜୁଏଲେରି ଅଧିକ ଆକର୍ଷଣୀୟ ଲାଗିଥାଏ।

ଗୋଲ୍ଡ:
ନବ ବିବାହିତାଙ୍କ ପାଇଁ ଗୋଲ୍ଡ କଲର ସବୁବେଳେ ସୁନ୍ଦର ଲାଗିଥାଏ। ଏହି ରଙ୍ଗର ପୋଷାକ ସହ ଉପଯୁକ୍ତ ଟେକ୍ସଚରର ସୁନା ଅଳଙ୍କାର ଚୟନ କଲେ ରୟାଲ ଲୁକ୍ ମିଳିଥାଏ।

ଲାଲ୍ ଲେହେଙ୍ଗା:
ବିବାହରେ ଏହି ରଙ୍ଗର ଚାହିଦା ସବୁବେଳେ ରହିଆସିଛି। ଯଦି ଆପଣ ବିବାହରେ ଏହି ରଙ୍ଗକୁ ଆପଣାଇବାକୁ ଚାହୁଁଛନ୍ତି, ତେବେ ଲମ୍ବା ଟ୍ରେଲ୍ ସ୍କର୍ଟ ସହ ନେକ୍ ପିସେସ୍ ଟ୍ରାଏ କରିପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More