Only for Entertainment

ଚୈତ୍ର ନବରାତ୍ର ୨୦୧୯: ଦେବୀ ସତୀଙ୍କର ୪ଟି ଶକ୍ତିପୀଠ, ଯାହାକୁ ଆଜି ପର୍ଯ୍ୟନ୍ତ କେହି କରିପାରିନାହାନ୍ତି ସନ୍ଧାନ !

66

ପୌରାଣିକ କଥା ଅନୁସାରେ ରାଜା ଦକ୍ଷ ପ୍ରଜାପତି ଭଗବାନ ବ୍ରହ୍ମା ଙ୍କ ପୁତ୍ର ଥିଲେ ଏବଂ ସତୀଙ୍କ ବାପା । ସତୀ ଭଗବାନ ଶିବଙ୍କ ପ୍ରଥମ ପତ୍ନୀ ଥିଲେ । ରାଜା ଦକ୍ଷ ଭବ୍ୟ ଯଜ୍ଞର ଆୟୋଜନ କରିଥିଲେ । ଯେଉଁଥିରେ ସବୁ ଦେବଦେବତୀ, ଋଷି ଏବଂ ସନ୍ଥଙ୍କୁ ଆମନ୍ତ୍ରିତ କରାଯାଇଥିଲା । କିନ୍ତୁ ଭଗବାନ ଶିବଙ୍କୁ ନିମନ୍ତ୍ରଣ ଦିଆଯାଇନଥିଲା । ଏହି ଘଟଣାରୁ ସତୀଙ୍କୁ ଅପମାନିତା ଅନୁଭବ ହେଲା କାରଣ ସତୀଙ୍କୁ ଲାଗିଲା ରାଜା ଦକ୍ଷ ଭଗବାନ ଶିବଙ୍କୁ ଅପମାନ କରିଛନ୍ତି । ସତୀ ଯଜ୍ଞର ନିଆଁରେ ଡେଇଁ ନିଜ ପ୍ରାଣ ତ୍ୟାଗ କରିଥିଲେ ।
ସତୀଙ୍କ ବିୟୋଗରେ ଭଗବାନ ଶିବ ସତୀଙ୍କ ଶରୀରକୁ କାନ୍ଧରେ ପକାଇ ତାଣ୍ଡବ ନୃତ୍ୟ ଆରମ୍ଭ କରି ଦେଇଥିଲେ । ସେହି ସମୟରେ ଭଗବାନ ବିଷ୍ଣୁ ମହାଦେବଙ୍କୁ ରୋକିବା ପାଇଁ ସୁଦର୍ଶନ ଚକ୍ରରେ ସତୀଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରିଦେଇଥିଲେ । ଏହିକାରଣରୁ ଯେଉଁଠି ଯେଉଁଠି ସତୀଙ୍କ ଶରୀରର ଅଙ୍ଗ , ବସ୍ତ୍ର ଏବଂ ଆଭୁଷଣ ପଡିଛି ସେହିସ୍ଥାନ ଶକ୍ତି ପୀଠ ହୋଇଯାଇଛି । ହାରାହାରି ୫୧ଟି ଶକ୍ତିପୀଠ ଦେଶରେ ଅଲଗା ଅଲଗା ସ୍ଥାନରେ ଅବସ୍ଥିତ । ମାତା ସତୀଙ୍କ କିଛି ଅଂଗ ଏବଂ ଆଭୂଷଣ ଦେଶ ବାହାରେ ମଧ୍ୟ ପଡିଛି , ସେଠାରେ ମଧ୍ୟ ଶକ୍ତିପୀଠ ରହିଛି । ତେବେ ଆସନ୍ତୁ ଜାଣିବା ଦେବୀଙ୍କ ସେହି ଅଦୃଶ୍ୟ ଶକ୍ତିପୀଠ ବିଷୟରେ ….

ରତ୍ନାବଳୀ ଶକ୍ତିପୀଠ

ଏଭଳି ମାନ୍ୟତା ରହିଛି ଏହି ଶକ୍ତିପୀଠରେ ଦେବୀ ମା’ଙ୍କ କାନ୍ଧ ପଡିଥିଲା । ଏହି ଶକ୍ତିପୀଠ ବିଷୟରେ ମାନ୍ୟତା ରହିଛି ଦେବୀଙ୍କ ଏହି ଅଙ୍ଗ ଚେନ୍ନାଇର ଆଖ ପାଖରେ ପଡିଛି । କିନ୍ତୁ ଏହି ସ୍ଥାନ ବିଷୟରେ ଏବେ ପର୍ଯ୍ୟନ୍ତ କାହାକୁ ଜଣା ନାହିଁ ।

କାଳମାଧବ ଶକ୍ତିପୀଠ
ଦ୍ୱିତୀୟ ଶକ୍ତିପୀଠ ଯାହା ବିଷୟରେ ଆଜି ପର୍ଯ୍ୟନ୍ତ କାହାକୁ ଜଣାନାହିଁ ସେ ହେଉଛି କାଳମାଧବ ଶକ୍ତିପୀଠ । ଯେଉଁଠାରେ ଦେବୀ ସତୀ କାଳମାଧବ ଏବଂ ଶିବ ଅସିତାନନ୍ଦ ନାମରେ ବାସ କରୁଛନ୍ତି । ଏପରି ମାନ୍ୟତା ରହିଛି ଏଠାରେ ସତୀଙ୍କ ବାମ ପଟ ଅଂଟା ପଡିଥିଲା ।

ଲଙ୍କା ଶକ୍ତିପୀଠ
ଏହି ସ୍ଥାନରେ ଦେବୀ ସତୀଙ୍କ ଆଭୂଷଣ ପଡିଥିଲା । ଶାସ୍ତ୍ରରେ ଶକ୍ତିପୀଠ ବିଷୟରେ କୁହାଯାଇଛି । ଏହି ସ୍ଥାନ ବିଷୟରେ ଏବେ ପର୍ଯ୍ୟନ୍ତ ମଧ୍ୟ କୌଣସି ସୂଚନା ମିଳିନାହିଁ କି ଜଣା ପଡିନାହିଁ ।

ପଂଚସାଗର ଶକ୍ତିପୀଠ
ଚତୁର୍ଥ ଶକ୍ତିପୀଠ ବିଷୟରେ ମଧ୍ୟ କୌଣସି ଖବର ମିଳିନାହିଁ । ଏହି ଜାଗାରେ ସତୀଙ୍କର ମୁଖର ନିମ୍ନ ଅଂଶ ପଡିଥିଲା । ଏହି ସ୍ଥାନରେ ଦେବୀ ସତୀଙ୍କୁ ବରହୀ କୁହାଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More