Only for Entertainment

ଖୁବ ଶୀଘ୍ର ରୂପେଲି ପରଦାରେ ଏକା ସାଙ୍ଗରେ ନଜର ଆସିବେ ଅଭିଷେକ ଓ ଐଶ୍ଚର୍ଯ୍ୟା ।

catchnews.com
0 42

ଅଭିଷେକ ବଚ୍ଚନ ଏବଂ ଐଶ୍ଚର୍ଯ୍ୟା ରାୟଙ୍କୁ ଏକା ସାଙ୍ଗରେ ଫିଲ୍ମରେ ଦେଖିବାର ଇଛା ଥିଲେ ମଧ୍ୟ ତାଙ୍କ ପ୍ରଶଂସକଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରୁ ନାହିଁ । ସୂଚନା ମୁତାବକ ଏହି ଯୋଡ଼ି ଏବେ ତାଙ୍କ ଦର୍ଶକଙ୍କ ଇଛା ଖୁବ ଶୀଘ୍ର ପୂରଣ କରିବାକୁ ଯାଉଛନ୍ତି ।

୧୯୭୩ରେ ରିଲିଜ ହୋଇଥିବା ଅମିତାଭ ବଚ୍ଚନ ଏବଂ ଜୟା ଭାଦୁରୀଙ୍କ ଅଭିନୀତ ସ୍ମରଣୀୟ ଫିଲ୍ମ ‘ଅଭିମାନ’ ର ରିମେକରେ ଅଭିଷେକ ଓ ଐଶ ନଜର ଆସିବେ ବୋଲି ଆଲୋଚନା ଚାଲିଥିଲା । କିନ୍ତୁ କିଛି ଫିଲ୍ମ ମୂଳ ରୂପରେ ଭଲ ଲାଗେ କହି ନିଜେ ଅଭିଷେକ ଏହାକୁ ଖଣ୍ଡନ କରିଥିଲେ । ଏହାପରେ ମଧ୍ୟ କିଛି ପ୍ରଯୋଜକ ଏବଂ ନିର୍ଦ୍ଦେଶକ ସେମାନଙ୍କ ନିକଟକୁ ଭିନ୍ନ ଭିନ୍ନ ଅଫର ନେଇ ଯାଇଥିବା ସୂଚନା ମିଳିଛି ।

ନିକଟରେ ମିଳିଥିବା ଖବର ଅନୁସାରେ ଏହି ଦୁଇ ଯୋଡ଼ି ଏକ ଭିନ୍ନ ଧରଣର ଫିଲ୍ମ ଅଫର ଗ୍ରହଣ କରିଛନ୍ତି । ସେଥିରେ ଦୁହେଁ ପୋଲିସ ଅଫିସର ଭୂମିକାରେ ନଜର ଆସିବେ । ଫିଲ୍ମର ସ୍କ୍ରିପ୍ଟରେ କିଛି ପରିବର୍ତ୍ତନ କରିବା ପାଇଁ ଐଶ ପ୍ରସ୍ତାବ ଦେଇଚନ୍ତି । ତେବେ ଏଥିରେ ଆକ୍ସନ ଅପେକ୍ଷା ପାରସ୍ପରିକ ସଂପର୍କ ଏବଂ ପାରିବାରିକ ଭାବପ୍ରବଣତାର ଚିତ୍ର ଅଧିକ ରହିଛି ବୋଲି ସୂଚନା ମିଳିଛି । ଫିଲ୍ମର ପ୍ରଯୋଜକ ହେଉଚନ୍ତି ଆର ସିଂ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More