Only for Entertainment

ସ୍ୱରର ମଲିକା ଲତା ମଙ୍ଗେସକର କିଛି ଏଭଳି କହିବାରୁ ଖୁବ ଜୋରରେ ହସିବାକୁ ଲାଗିଥିଲେ ଅଟଳ ବିହାରୀ ବାଜପେୟୀ!

khabar india tv
0 51

ଭାରତର ପୂର୍ବ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କ ନିଧନ ହୋଇଯାଇଛି । ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ଜୀବିତ ହୃଦୟ ବ୍ୟକ୍ତିତ୍ୱ ବୋଲି ସମସ୍ତେ ମାନୁଥିଲେ । ଲୋକସଭାରେ ସେ ଯେଉଁଭଳି ଗମ୍ଭୀର ମୁଦ୍ଦା ଉଠାଉଥିଲେ ଏବଂ ଗମ୍ଭୀର ବିଷୟରେ ନିଜର ବୟାନ ରଖୁଥିଲେ , ତାହା ତାଙ୍କର ବ୍ୟକ୍ତିତ୍ୱର ଉଦାହରଣ । ବଲିଉଡର ଅନେକ କଳାକାର ତାଙ୍କର ଫ୍ୟାନ ଅଟନ୍ତି ଏବଂ ଅନେକ ଫିଲ୍ମରେ ଅଟଳ ବିହାରୀଙ୍କୁ ଦେଖାଇବା ପାଇଁ ଚେଷ୍ଟା ମଧ୍ୟ କରାଯାଇଛି । କିନ୍ତୁ ସ୍ୱରର ମଲିକା ଲତା ମଙ୍ଗେସକର ଏବଂ ଅଟଳ ବିହାରୀ ବାଜପେୟୀଙ୍କ ମଧ୍ୟରେ ଏକ ମଜାଦାର ବିଷୟ ସାମ୍ନାକୁ ଆସିଥିଲା । ଏହି ବିଷୟରେ ଲେଖକ ୟତିନ୍ଦ୍ର ମିଶ୍ର ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଜିତିଥିବା ପୁସ୍ତକ ‘ଲତା ସୁରଗାଥା’ରେ ବର୍ଣ୍ଣନା କରିଛନ୍ତି ।

ପୁସ୍ତକରେ ୟତିନ୍ଦ୍ର ଶର୍ମା ଲତା ମଙ୍ଗେସକରଙ୍କକୁ ତାଙ୍କ ପସନ୍ଦିତା ନେତାଙ୍କ ବିଷୟରେ ପଚାରିଲେ ସେ ଅନେକ ନେତାଙ୍କ ନାଁ କୁହନ୍ତି । କିନ୍ତୁ ଅଟଳ ବିହାରୀ ବାଜପେୟୀଙ୍କ ସହ କିଛି ରୋମାଂଚକ କଥା ଶେୟାର କରନ୍ତି । ଅଟଲ ଜୀ ପ୍ରେମ ଏବଂ ଆଦର ପରିପୂର୍ଣ୍ଣ ନେତା ଅଟନ୍ତି । ଥରେ ଲତା ମଙ୍ଗେସକର ଅଟଳ ଜୀଙ୍କୁ କହିଥିଲେ ଯେ ଆପଣ ଆପଣଙ୍କ ନାଁକୁ ଇଂରାଜୀରେ ଓଲଟାଇ କୁହନ୍ତୁ, ତେବେ ଏହା ତାଙ୍କ ନାଁ ଲତା ହେବ । ଏହି କଥାରେ ଖୁବ ହସିଥିଲେ ଅଟଳ ବିହାରୀ ବାଜପେୟୀ । ଲତା ମଙ୍ଗେସକର ଏହାମଧ୍ୟ କହିଥିଲେ ଯେ ଅଟଳ ବିହାରୀ ବାଜପେୟୀ ତାଙ୍କ ପରିବାରର ମିତ୍ର ଥିଲେ ।

ସେମିତିବି ଅଟଳ ବିହାରୀ ବାଜପେୟୀଙ୍କର କବିତା ଲେଖିବା ସୌଖିନ ଥିଲା, ସେ ଏକ କବି ପରି ମଧ୍ୟ ନିଜର ଖାସ ପରିଚୟ ରଖିିଥିଲେ । ଲତା ମଙ୍ଗେସକର ତାଙ୍କ କବିତାକୁ ନିଜ ସ୍ୱରରେ ଗାଇଥିଲେ, ଏବଂ ତାହାକୁ ୟୁଟ୍ୟୁବରେ ଖୁବ ଶୁଣିବାକୁ ମଧ୍ୟ ମିଳେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More