‘ଶମଶେରା’ର ଲିଡ ଅଭିନେତ୍ରୀଙ୍କ ନାମ ଘୋଷଣା, ରଣବୀରଙ୍କ ବିପକ୍ଷରେ ନଜର ଆସିବେ ଏହି ଅଭିନେତ୍ରୀ
ୟଶ ରାଜ ଫିଲ୍ମସ ବ୍ୟାନରରେ ନିର୍ମିତ ‘ଶମଶେରା’ରେ ରଣବୀର କପୁର ଲିଡ ରୋଲରେ ନଜର ଆସିବେ ଫିଲ୍ମରେ ରଣବୀରଙ୍କ ଫାଷ୍ଟ ଲୁକକୁ ମଧ୍ୟ ରିଲିଜ କରାଯାଇଛି । ଏବେ ଫିଲ୍ମର ନାୟିକାଙ୍କ ନାମ ଫାଇନାଲ କରାଯାଇଛି ।
‘ଶମଶେରା’ରେ ଅଭିନେତ୍ରୀ ବାଣୀ କପୁର ରଣବୀରଙ୍କ ଅପୋଜିଟରେ ନଜର ଆସିବେ । ଫିଲ୍ମରେ ନିର୍ଦ୍ଦେଶକ କରଣ ମଲହୋତ୍ରା ନିଜେ ଏହି ବଷୟରେ ସୂଚନା ଦେଇଛନ୍ତି । ଏହା ସହିତ ସେ କହିଛନ୍ତି ଏହି ଫିଲ୍ମର ଚରିତ୍ର ପାଇଁ ବାଣୀ ଉପଯୁକ୍ତ ଅଟନ୍ତି । ସେ ଜଣେ ଭଲ ଅଭିନେତ୍ରୀ ହେବା ସହିତ ଭଲ ଡ୍ୟାନ୍ସର ମଧ୍ୟ । ଆମେ ଦର୍ଶକଙ୍କୁ କିଛି ନୂଆ ଦେବା ପାଇଁ ପ୍ରୟାସ କରିଛୁ । ଏହାକୁ ନଜରରେ ରଖି ବାଣୀ ଏହି ଚରିତ୍ର ପାଇଁ ଫିଟ ।
ନିକଟରେ ଫିଲ୍ମରେ ସଂଜୟ ଦତ୍ତ ଖଳନାୟକ ଭୂମିକାରେ ନଜର ଆସିବେ ବୋଲି ଘୋଷଣା କରାଯାଇଥିଲା । ଫିଲ୍ମର ଷ୍ଟାରକାଷ୍ଟ ମଜବୁତ ଥିବା ବେଳେ ଫିଲ୍ମ ଦର୍ଶକଙ୍କୁ ମନୋରଞ୍ଜନ କରିବ ବୋଲି ଆଶା କରାଯାଉଛି । ‘ଶମଶେରା’ ରିଲିଜ ହେବା ପୂର୍ବରୁ ରଣବୀରଙ୍କ ଅଭିନୀତ ଫିଲ୍ମ ‘ସଞ୍ଜୁ’ ପରଦାକୁ ଆସିବ ।