Only for Entertainment

ବରୁଣଙ୍କ ବର୍ଥଡେ’ରେ ଅନୁଷ୍କା ଦେଲେ ଏହି ସ୍ପେଶାଲ ଉପହାର ।

DECCAN CHRONICLE
0 70

ବଲିଉଡ ଅଭିନେତା ବରୁଣ ଧୱନଙ୍କର ଆଜି ୩୧ତମ ଜନ୍ମ ଦିବସ । ବରୁଣ ୮ବର୍ଷ ପୂର୍ବେ ‘ଷ୍ଟୁଡେଂଟ ଅଫ ଦ ଇୟର’ଫିଲ୍ମ ଜରିଆରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରିଥିଲା । ଏହାପରେ ବରୁଣ ଏବେ ପର୍ଯ୍ୟନ୍ତ ହାରାହାରି ୧୧ଟି ଫିଲ୍ମରେ ନିଜର ଅଭିନୟ ଯାଦୁ ଦେଖାଇ ସାରିଲେଣି ଏବଂ ତାଙ୍କର ସମସ୍ତ ଫିଲ୍ମ ହିଟ ହୋଇଛି ।

ଆଜି ତାଙ୍କ ଜନ୍ମ ଦିବସରେ ସମସ୍ତେ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ବେଳେ ଅନୁଷ୍କା ଏକ ସୁନ୍ଦର ଟ୍ୱିଟ ଜରିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଅନୁଷ୍କା ଶର୍ମା ଖୁବ ଶୀଘ୍ର ରିଲିଜ ହେବାକୁ ଥିବା ଫିଲ୍ମ ‘ସୁଇଧାଗା’ର ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସେ ଏବଂ ବରୁଣ ଏକ ବସରେ ଏବଂ ଦୁହେଁ ଦେଶୀ ଲୁକରେ ନଜର ଆସିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ବରୁଣ ତାଙ୍କ ଆଗାମୀ ଫିଲ୍ମ ‘କଲଙ୍କ’ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ଆଲିୟା ଭଟ୍ଟ ନଜର ଆସିବେ । ଏହାବ୍ୟତୀତ ଏହି ଫିଲ୍ମରେ ମାଧୁରୀ ଦିକ୍ଷୀତ ଏବଂ ସଂଜୟ ଦତ୍ତ ମଧ୍ୟ ଅନେକ ଦିନ ପରେ ପରଦାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More