Only for Entertainment

ହାତ-ଗୋଡକୁ କୋମଳ ରଖିବା ପରିବର୍ତ୍ତେ ଆପଣ ଭେସଲିନକୁ ଏହି ସବୁ ପ୍ରକ୍ରିୟାରେ ବ୍ୟବହାର କରିଛନ୍ତି କି?

fashionlady
0 75

ଶୀତଦିନେ ପରିବେଶ ଶୁଷ୍କ ଯୋଗୁଁ ଶରୀର ମଧ୍ୟ ଶୁଷ୍କ ହୋଇଯାଏ, ଯାହା ଫଳରେ ତ୍ୱଚା ରୁକ୍ଷ ହୋଇ ଫାଟିବା ଆରମ୍ଭ କରିଥାଏ । ଏହା ଯୋଗୁଁ ଓଠ ମଧ୍ୟ ଫାଟିଥାଏ । ଏଥିରୁ ମୁକ୍ତିଲାଗି ଓଠକୁ ନରମ ଏବଂ ହାତକୁ କୋମଳ ରଖିବାଲାଗି ଘରେ ଘରେ ପେଟ୍ରୋଲିୟମ ଜେଲି ବ୍ୟବହାର କରାଯାଏ । ଏହାଛଡା ଫଟା ପାଦକୁ ମଧ୍ୟ ପୂର୍ବ ଭଳି ସୁନ୍ଦର କରିବାଲାଗି ଏହି ପେଟ୍ରୋଲିୟମ ଜେଲିର ବ୍ୟବହୃତ ହୋଇଥାଏ । ଯଦି ଆପଣ କେବଳ ହାତ ଏବଂ ଗୋଡକୁ ସୁନ୍ଦର ବାନଇବା ବ୍ୟତୀତ ଆହୁରି ଅନେକ କାର୍ଯ୍ୟରେ ମଧ୍ୟ ପେଟ୍ରୋଲିୟମ ଜେଲିକୁ ବ୍ୟବହାର କରିପାରିବେ । ଆପଣଙ୍କୁ ଏଠାରେ କହିରଖୁଛୁ ଯେ ଜେଲିକୁ ଅନେକ ଲୋକ ଭେସଲିନ ନାଁରେ ଜାଣିଥାଆନ୍ତି । ଏଠାରେ ଭେସଲିନ ବ୍ୟବହାର ସମ୍ବନ୍ଧିତ ୭ଟି ଚମତ୍କାର ଅଜଣା ତଥ୍ୟ ଆମେ ଆପଣଙ୍କୁ ଜଣାଇବୁ ।

୧.ଯଦି ଆପଣ ସବୁ ସମୟରେ ସୁଗନ୍ଧିତ ରହିବାକୁ ଚାହାନ୍ତି ଏବଂ ବାରମ୍ବାର ପରଫ୍ୟୁମ ଲଗାଇବା ଜଞ୍ଜାଳରୁ ମୁକ୍ତି ଚାହୁଛନ୍ତି ତେବେ ଏହା ବ୍ୟବହାର କରିବା ପୂର୍ବରୁ ସେ ସ୍ଥାନରେ ପେଟ୍ରୋଲିୟମ ଜେଲି ବ୍ୟବହାର କରନ୍ତୁ । ଯେପରିକି ବେକ ଏବଂ ହାତରେ ପରଫ୍ୟୁମ ଲଗାଇବା ପୂର୍ବରୁ କିଛି ପେଟ୍ରୋଲିୟମ ଜେଲି ବ୍ୟବହାର କରନ୍ତୁ ଏବଂ ଲଗାଇବା ପରେ ପରଫ୍ୟୁମ ସ୍ପ୍ରେ କରନ୍ତୁ । ଏହାଦ୍ୱାରା ପରଫ୍ୟୁମର ମହକ ଦିନ ତମାମ ରହିବ ।

୨.ଜୋତା ପଲିସ ସରିଗଲା ପରେ ଯଦି ଆପଣ ଆପଣଙ୍କ ଜୋତାକୁ ଚମକାଇବା ପାଇଁ ଚାହାନ୍ତି ତେବେ କିଛି ମାତ୍ରାରେ ପେଟ୍ରୋଲିୟମ ଜେଲିକୁ ଆପଣଙ୍କ ଜୋତାରେ ଲଗାନ୍ତୁ ଏବଂ ଏହାକୁ ଏକ ସଫା କପଡାରେ ଜୋରରେ ରଗଡନ୍ତୁ, ଏହା କରିବାଦ୍ୱାରା ଆପଣଙ୍କ ଜୋତାରେ ଚମକ ଆସିବ । ପେଟ୍ରୋଲିୟମ ଜେଲିର ମୁଖ୍ୟ ବିଶେଷତ୍ୱ ହେଉଛି ଆପଣ କୌଣସି ରଂଗର ଜୋତା ଏବଂ ଚପଲକୁ ଏହା ସାହାଯ୍ୟରେ ଚମକାଇ ପାରିବେ ।

୩.ଶୀତ ଦିନରେ କେବଳ ମନୁଷ୍ୟର ନୁହେଁ ଜୀବଜନ୍ତୁଙ୍କ ନଖ ମଧ୍ୟ ଶୁଖିଯାଏ । ଯଦି ଆପଣଙ୍କ କୌଣସି ପୋଷା ଜନ୍ତୁ ଅଛନ୍ତି ତେବେ ଆପଣ ଆପଣଙ୍କ ଜୀବଙ୍କ ନଖର ଆଖପାଖରେ କିଛି ପେଟ୍ରୋଲିୟମ ଜେଲି ବ୍ୟବହାର କରି ମସାଜ କରନ୍ତୁ । ଜେଲି କମ ମାତ୍ରାରେ ଲଗାଇବେ ଏବଂ ଏହାକୁ ଯେପରି ଆପଣଙ୍କ ଜୀବ ନଚାଟିବ ଏଥିପ୍ରତି ଧ୍ୟାନ ଦିଅନ୍ତୁ । ଏହାଦ୍ୱାରା ସେମାନଙ୍କ ନଖରେ ଚମକ ଆସିଥାଏ । ଯଦି ଆପଣଙ୍କ ଜୀବଜନ୍ତୁଙ୍କୁ ପୂର୍ବରୁ କୌଣସି ଶାରୀରିକ ସମସ୍ୟା ରହିଛି ତେବେ ପେଟ୍ରୋଲିୟମ ଜେଲିର ବ୍ୟବହାର କରିବା ପୂର୍ବରୁ ପଶୁ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ ।

୪.ଆପଣ ବାହାରକୁ ବୁଲିବାକୁ ଯିବା ଲାଗି ପ୍ରସ୍ତୁତ ହେଉଛନ୍ତି ଏବଂ ଆପଣଙ୍କ ବ୍ୟାଗ ଚେନ ଖରାପ ହୋଇଯାଏ ତେବେ ସେହି ପରିସ୍ଥିତି ପ୍ରବଳ ରାଗ ଲାଗେ । କିନ୍ତୁ ଏହି ସମସ୍ୟାରେ ରାଗିବା ପରିବର୍ତେ ପେଟ୍ରୋଲିୟମ ଜେଲିକୁ ଚେନରେ ଲଗାନ୍ତୁ ଏବଂ ଏହାକୁ ଦୁଇ ତିନି ଥର ଉପର-ତଳ କରନ୍ତୁ ।ଏହାଦ୍ୱାରା ଆପଣଙ୍କ ଚେନ ଠିକ ହୋଇଯିବ । କିଛି ଲୋକ ମହମର ବ୍ୟବହାର କରିଥାଆନ୍ତି ମାତ୍ର ଏହା ପେଟ୍ରୋଲିୟମ ଜେଲି ଦ୍ୱାରା ମଧ୍ୟ ସମ୍ଭବ ଅଟେ ।

୫.କେଶରେ ଉକୁଣୀ ହୋଇଛି? ପେଟ୍ରୋଲିୟମ ଜେଲି ଆପଣଙ୍କର ଏହି ସମସ୍ୟାକୁ ଦୂର କରିପାରିବ । ଏଥିପାଇଁ ଜେଲିକୁ କେଶ ମୂଳରେ ଲଗାନ୍ତୁ ଏବଂ କିଛି ସମୟ ବ୍ୟବଧାନରେ କେଶକୁ ଧୋଇନିଅନ୍ତୁ ।ଏହାଦ୍ୱାରା ଆପଣଙ୍କ କେଶରେ ଥିବା ଉଳୁଣୀ କମିଯିବ ମାତ୍ର ପେଟ୍ରୋଲିୟମ ଜେଲିକୁ ପୂର୍ଣ୍ଣରୂପେ କେଶରୁ ବାହାର କରିବା ଲାଗି ଆପଣଙ୍କୁ ଅନେକ ସମୟ ପର୍ଯ୍ୟନ୍ତ କେଶ ଧୋଇବାକୁ ପଡିପାରେ ।

୬.ଆପଣ ଲକ୍ଷ କରିଛନ୍ତି କି ଯେଉଁ ବ୍ୟକ୍ତିମାନେ କେଶ ରଂଗ କରୁଛନ୍ତି ସେମାନଙ୍କ ବେକ ଏବଂ ମଥାରେ ରଂଗ ଲାଗିଯାଏ । ତେଣୁ କେଶ ରଂଗ କରିବା ପୂର୍ବରୁ ବେକ ଏବଂ ମଥାରେ ପେଟ୍ରେଲିୟମ ଜେଲି ତ୍ୱଚାରେ ଲଗାନ୍ତୁ । ଏହାଦ୍ୱାରା ଆପଣଙ୍କ କେଶ ରଂଗ ଶରୀରରେ ଲାଗିବନାହିଁ ।

୭.ଅଧିକାଂଶ ମହିଳା ବାହାରକୁ ଯିବା ପୂର୍ବରୁ ମେକଅପ ନେଇଥା’ନ୍ତି । ଯେତେ କଷ୍ଟ ମେକଅପ ନେବାରେ କରନ୍ତି ଯଦି ସେତିକି ପରିଶ୍ରମ ମେକଅପ ହଟାଇବାରେ କରନ୍ତେ ତେବେ ଦାଗ ଚିହ୍ନ, ତ୍ୱଚା କୁଂଚିତ ସମସ୍ୟା ହୁଅନ୍ତାନାହିଁ । ଏଥିପାଇଁ ତୁଳାରେ ଅଳ୍ପମାତ୍ରାର ପେଟ୍ରୋଲିୟମ ଜେଲି ଲଗାଇ ଚେହେରାକୁ ସଫା କରନ୍ତୁ ।ଏହାଦ୍ୱାରା ଆପଣଙ୍କ ଆଖି ମେକଅପ ସହଜ ଉପାୟରେ ଲିଭିଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More