ଝରକା ନିର୍ମାଣ କରିବା ସମୟରେ ଏହି ଦିଗ ପ୍ରତି ଦିଅନ୍ତୁ ଧ୍ୟାନ ।
ଘର ନିର୍ମାଣ କରିବା ସମୟରେ ଆମେ ଝରକାକୁ ଗୁରୁତ୍ୱ ଦେଇଥାଉ କାରଣ ଏହା ସାହାଯ୍ୟରେ ଆଲୋକ ଏବଂ ବାୟୁ ଘରେ ପ୍ରବେଶ କରିଥାଏ । ଘରକୁ ତାଜା ରଖିବାରେ ଝରକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବାସ୍ତୁଶାସ୍ତ୍ର ଅନୁସାରେ ଘରର ଝରକା ନିର୍ମାଣ କଲା ବେଳେ ଯଦି କିଛି ଦିଗ ପ୍ରତି ଧ୍ୟାନ ଦେବେ ତେବେ ଏହା ଦ୍ୱାରା ଘରର ସୁଖ ସମୃଦ୍ଧି ବୃଦ୍ଧି ହେବାରେ ସହାୟକ ହୋଇଥାଏ । ଆସନ୍ତୁ ଜାଣିବା ଏହି ସମ୍ପର୍କରେ କିଛି ଟିପ୍ସ ।
- ଗୋଟିଏ ଘରେ ଅଧିକ ଝରକା ନିର୍ମାଣ କରନ୍ତୁ ନାହିଁ। ଘର ସାଇଜ୍ ଅନୁସାରେ ଝରକା ନିର୍ମାଣ କରନ୍ତୁ।
- ଘରେ ଶୁଦ୍ଧ ଓ ତାଜା ବାୟୁର ପ୍ରବେଶ ପାଇଁ ଘରର ଲିଭିଂ ରୁମ୍ରେ ଝରକା ନିର୍ମାଣ କରନ୍ତୁ।
- ବାସ୍ତୁ ଅନୁସାରେ ଝରକାକୁ ଘରର ଉଚ୍ଚ ସ୍ଥାନରେ ନିର୍ମାଣ କରନ୍ତୁ। ଏହାଦ୍ୱାରା ଘରେ ଶୁଦ୍ଧ ବାୟୁ ପ୍ରବେଶ କରିଥାଏ।ଧ୍ୟାନ ଦେବେ ଯେପରି ଝରକା ଖୋଲିବା ସମୟରେ କୌଣସି ଶଦ୍ଧ କରୁ ନଥିବ। ଏହାର ପ୍ରଭାବ ଘରର ସୁଖ ଶାନ୍ତି ଉପରେ ପଡିଥାଏ। ଏହାଦ୍ୱାରା ଘରେ ଅଶାନ୍ତି ବଢିଥାଏ।
- ଘରର ମୁଖ୍ୟ ଦ୍ୱାର ଅବା ଝରକା ସାମନାରେ ଟିଭି ଆଣ୍ଟିନା ଲଗାନ୍ତୁ ନାହିଁ। ବାସ୍ତୁବିତ୍ଙ୍କ ମତରେ ଏହା ଅଶୁଭ।
- ଝରକାରେ ହାଲକା ରଙ୍ଗର ପରଦା ଲଗାଇବା ଭଲ।
- ଝରକା ବାହାର ପଟେ ସ୍ଥାନ ଥିଲେ ଫୁଲ ଗଛ ଲଗାଇ ପାରିବେ ।